ବିଶ୍ୱ ନୃତ୍ୟ ଦିବସ ଅବସର ରେ ଆଲୋଚନା ଚକ୍ର

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ମାର୍କେଟ ରୋଡ଼ରେ ଥିବା ଅଗ୍ରଣି ସାଂସ୍କୃତିକ ଅନୁଷ୍ଠାନ ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚରର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ ସହ ବିଶ୍ୱ ନୃତ୍ୟ ଦିବସ ଅବସରରେ ” ନୃତ୍ୟ ଭିତିକ ଆଲୋଚନା ଚକ୍ର ” ମେଇନ ରୋଡ଼ରେ ଥିବା ସାଇବର ଲେବ କମ୍ପୁଟର କେମ୍ପସରେ ସମ୍ପାଦକ ପ୍ରଶାନ୍ତ କୁମାର ପଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି lଆଲୋଚନା -କଳାକାର ମାନଙ୍କୁ ପ୍ରୋତ୍ସାହନ ସହ ମାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆସର କଲେ ଅଭିବାଭକ ମାନେ ନୃତ୍ୟ ପ୍ରତି ଧାରଣା ରଖିଲେ, ଅନେକ କଳାକାର ଏବଂ ନୃତ୍ୟ ଶିକ୍ଷକ ମାନେ ଲୋକଲଚନକୁ ଆସିବା ସହ କଳାକାର ବଞ୍ଚିଲେ କଳା ବଞ୍ଚିବ ବୋଲି ଆଲୋଚନା ହୋଇଥିଲା lଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ସାଂସ୍କୃତିକ ସଂଗଠକ ଅରୁଣ କୁମାର ଶତପଥି,ଶଙ୍କର ଚକ୍ଷୁ ଚିକିତ୍ସାଲୟର ଉପଦେଷ୍ଟା ବି.ଶ୍ରୀନିବାସ ରହିଥିବାବେଳେ ନିମନ୍ତ୍ରିତ ଅତିଥି ରୂପେ କଳାପ୍ରେମୀ ସୟଦ ମୁକ୍ତାର,ଉମେଶ ବେହେରାଙ୍କ ସହ କାଠ ପାଦ ନୃତ୍ୟ ଗୁରୁ ସମୀର କୁମାର ବେହେରା, ଆଧୁନିକ ନୃତ୍ୟ ଗୁରୁ ଜୀବନ କୁମାର ମହାରଣା,ଏମ.ରବୀନ୍ଦ୍ର ରେଡ୍ଡୀ,ଗୌତମ ନାୟକ, ଜ୍ୟୋସ୍ନା ସେଠି, ରାମେଶ୍ଵର ପଣ୍ଡା,ପ୍ରମୋଦ ଆଚାର୍ଯ୍ୟ,ସନ୍ତୋଷ କୁମାର, ଦୀପକ କୁମାର ଦାସ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ କୁ କିସାନ ସେଠି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ