ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୧୪ରେ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ସର୍ବପୁରାତନ ସାହିତ୍ୟ ସଂସଦ ଭାବେ ପରିଚିତ ବଉଳା ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ ଆସନ୍ତା ମେ ମାସ ୧୪ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ଆଜି ଛେନାପଦିଛକ ସ୍ଥିତ ମା ତାରିଣୀଙ୍କ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ବାଳକୃଷ୍ଣ ରାଉତ, ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, ରତ୍ନାକର ଦାସ, ଅନ୍ତର୍ଯ୍ୟାମୀ ରାଉତ, ଶ୍ରୀକାନ୍ତ ପଟ୍ଟନାୟକ, ହରିହର ସାମଲ, ଅମୁଲ୍ୟ କୁମାର ମିଶ୍ର, ବନମାଳୀ ଜେନା, ଅନନ୍ତ ମୁଦୁଲି, ବିଦୁ୍ୟତ ପ୍ରଭା ଦେଓ, କିଶୋର ଆଚାର୍ଯ୍ୟ, ସରଳା ମାପାତ୍ର, ସୁବାସ ଚନ୍ଦ୍ର ପାତ୍ର, ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତବର୍ଷ ବାର୍ଷିକ ଉତ୍ସବରେ ଡକ୍ଟର ନାରାୟଣ ସେନାପତି, ଡ. ପ୍ରଦୀପ କୁମାର ମହାଳିକ, ହଳଧର ପଣ୍ଡା, ବିଷ୍ଣୁ ପଦରଜ ମହାନ୍ତି ପ୍ରମୁକ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ବରିଷ୍ଠ ସାହିତି୍ୟକ ଗୋକୁଳ ବିହାରୀ ପୃଷ୍ଟି, ଚିନ୍ତାମଣୀ ଦାସଙ୍କ ବଉଳା ସମ୍ମାନ ପ୍ରଦାନ କରାଯିବା ସହିତ ବିଜୟ କୁମାର ଜେନାଙ୍କୁ ସଂସଦ ସମ୍ବର୍ଦ୍ଧନା ଦେବାପାଇଁ ଚନ କରାଯାଇଥିଲା । ଉକ୍ତ ଉତ୍ସବରେ ।ନନ୍ଦପୁର ଉପଖଣ୍ଡର ସାହିତି୍ୟକ ଓ କବିମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା ଅନୁରୋଧ କରିଛନ୍ତି ।