ଜନଜାତି କନ୍ଧ ଗୌଡ଼ ସଂପ୍ରଦାୟର ବିଭିନ୍ନ ଅସୁବିଧା ନେଇ ଦାବିପତ୍ର

ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧ ଗୌଡ଼ ସମାଜର ସଭାପତି ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ବରେ ସମାଜ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା,ଜାତି ସଚେତକ କରୁଣା କର ଭୋଇଙ୍କ ଉପସ୍ଥିତରେ ଜନଜାତି ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଦାବିପତ୍ରରେ କନ୍ଧମାଳ ଜିଲ୍ଲାର ଜନଜାତି କନ୍ଧଗଉଡ଼ ସଂପ୍ରଦାୟ ଆଦିବାସୀ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମଧ୍ୟରେ ଅବସ୍ଥାପିତ ହୋଇ ବାସ କରିଆସୁଥିଲେ ମଧ୍ୟ କନ୍ଧଗଉଡ଼ ସଂପ୍ରଦାୟ ଆଦିବାସୀ ମାନଙ୍କ ବିକାଶ ପାଇଁ ନିଜ ସଂପ୍ରଦାୟର ଜାତିସଭା କରିବା ପାଇଁ କୌଣସି ଗୋଷ୍ଠିଗତ ସଭାଗୃହ ନଥିବାରୁ ବହୁତ ଅସୁବିଧା ସମ୍ମୁଖୀନ ହେଉଅଛୁ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଣିପଦର ଗ୍ରାମଠାରେ ଆମ ଜାତି ସଂପ୍ରଦାୟ ମାନଙ୍କ ଜାତି ସମାଜ କାର୍ଯ୍ୟାଳୟ ରହିଛି । ଏହା ଘରୋଇ କାର୍ଯ୍ୟାଳୟ ପରି ଚାଲୁଅଛି। ଗୋଷ୍ଠିଗତ ସଭାଗୃହ ବ୍ୟବସ୍ଥା ନଥିବା ରୁ ବର୍ଷା ଦିନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ଭୋଗୁଅଛୁ। ଆମ୍ଭେମାନେ ଆମ୍ଭ ମାନଙ୍କ ସମସ୍ୟା ଜିଲ୍ଲାପାଳଙ୍କୁ ଆପତି ଆଭିଯୋଗ ଶୁଣାଣୀ ବେଳେ ଗତ ତା ୧୦.୧୦.୨୦୨୨ ରିଖ ଏବଂ ଗତ ତା ୦୫.୧୨.୨୦୨୨ ରିଖ ରେ ଆବେଦନ ଗୁହାରୀ କରିଥିଲୁ । ଆମ୍ଭମାନଙ୍କର ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳ ITDA ପ୍ରକଳ୍ପ ପ୍ରଶାସକ ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା କନ୍ଧମାଳ(ଫୁଲବାଣୀ) ଙ୍କ ନିକଟକୁ ପ୍ରେରଣା କରିଥିଲେ । ଆମ୍ଭମାନଙ୍କ ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ବୋଲି ବିନୀତ ଅଭିଯୋଗ କରିଛନ୍ତି।ଏଥି ସହିତ ସମ୍ବିଧାନର ସଂରକ୍ଷଣ କ୍ରମିକ ସଂଖ୍ୟା ୨୭ ଓ ୨୮ ରେ ଯାଉଥିଲେ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ କରାଯାଉଛି ବୋଲି କନ୍ଧ ଗୌଡ଼ ସମାଜର ସଭାପତି ପ୍ରେମାନନ୍ଦ ମାଝୀ ଅଭିଯୋଗ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ