ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସମାଜସେବୀ ଡ଼ା. ଅମ୍ବିକା ମହାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ସାମାଜିକ ସେବା ଯୋଗାଇ ବେଶ ଚର୍ଚ୍ଚାରେ ଥିବା ଅମ୍ବିକା ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଡ଼ା ଅମ୍ବିକା ମହାରଣା ଙ୍କ ଜନ୍ମଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜନ୍ମଦିନକୁ ନିଆରା ଓ ସ୍ୱତନ୍ତ୍ର କରିବା ଦିଗରେ ସଂଗଠନର କର୍ମକର୍ତ୍ତା ଓ ବନ୍ଧୁମାନେ ରକ୍ତଦାନ କରି ଡ଼ା ଅମ୍ବିକା ମହାରଣାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।ଏହି ରକ୍ତଦାନ ଶିବିର ରେ ରକ୍ତଦାନ ସହ ପ୍ଲାଜ୍ମା ମଧ୍ୟ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ତ୍ରିନାଥ ମହାରଣାଙ୍କ ପରିଚାଳନା ରେ ଅତିଥିଭାବେ ଡ଼ା ଏଲ.ଡି ସାହୁ, ଡ଼ ଦେବାଶିଷ ମିଶ୍ର, ଅବଦୁଲ ଆରିଫ ଆଜାଦ, ବାପୁ ଓଝା, ତନ୍ମୟ ସାମନ୍ତରାୟ, ଜ୍ଞାନରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ସହଯୋଗ କରିଥିଲେ ଟ୍ରଷ୍ଟ ର ଅଧ୍ୟକ୍ଷା ଡ଼ା. ଅମ୍ବିକା ମହାରଣା , ଟ୍ରଷ୍ଟ ର ସଦସ୍ୟ ରତ୍ନାକର ପୃଷ୍ଟି, ପ୍ରଶାନ୍ତ ପାତ୍ର, ରାହୁଲ୍, ପ୍ରାଚୀ, ନିରଞ୍ଜନ,ପ୍ରକାଶ,ରାଣୀ, ଅଭି, ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ୨୪ ୟୁନିଟ ରକ୍ତ ଓ ପ୍ଲାଜ୍ମା ସଂଗ୍ରହ କରାଯାଇଥିଲା ।


