ପ୍ରେରଣା ପକ୍ଷରୁ ସିଡ୍‌ସି ବ୍ୟାଙ୍କ ଉଦ୍‌ଘାଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଆସନ୍ତା ବର୍ଷାଋତୁରେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ସ୍ୱରୂପ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ପରିସରରେ ଏକ ସିଡ୍‌ସି ବ୍ୟାଙ୍କ ଉଦ୍‌ଘାଟନ, ଜଗା ପାଇଁ ଗଛଟିଏ ଲଗା ଅଭିଯାନ ଓ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନକୁ ସବୁଜ ଦିବସ ଭାବେ ପାଳିତ ହୋଇଯାଇଛି । ଏଥିରେ ଅତିଥି ରୂପରେ ପୂର୍ବତନ ସାଂସଦ ତଥା ପ୍ଲାନିଂ ବୋର୍ଡ଼ର ସଦସ୍ୟ ଡଃ ପ୍ରସନ୍ନ ପାଟ୍ଟଶାଣୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶଦାତା ଡଃ ଭଗବାନ ପ୍ରକାଶ, ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁ, ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ଭାରତୀୟ ରେଡ଼କ୍ରସର ପୂର୍ବତନ ସମ୍ପାଦକ ମେଜର କଳ୍ପନା ଦାସ, ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ମଧୁସ୍ମିତା ଦାସ, ବିଶିଷ୍ଟ ସାହିତ୍ୟିକ ପ୍ରାଧ୍ୟାପକ ଡ. ଅଜୟ ସ୍ୱାଇଁ, ଚଳଚ୍ଚିତ୍ର ସଂଳାପ ଲେଖକ ଡ. ରଜନୀ ରଞ୍ଜନ, ବିଶିଷ୍ଟ କବି ରକ୍ଷକ ନାୟକ, ସୂର୍ଯ୍ୟ ମିଶ୍ର, ପକ୍ଷୀଘର ପତ୍ରିକାର ସମ୍ପାଦକ ବନୋଜ ତ୍ରିପାଠୀ, ଜାତୀୟ ସେବା ଯୋଜନାର ସଂଯୋଜକ ସୁଶାନ୍ତ ପଟ୍ଟନାୟକ, ନିରଦ ଖୁଣ୍ଟିଆ, ଚଳଚ୍ଚିତ୍ର ଅଭିନେତା ହର ରଥ, ନାଟ୍ୟ ନିର୍ଦ୍ଦେଶକ ହରେନ ସାହୁ, ଧୀରେନ୍ଦ୍ର ମଲ୍ଲିକ, ସୁବୋଧ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ପରିବେଶପ୍ରେମୀ ଇଂ ବିଶ୍ୱମୋହନ ପଟ୍ଟନାୟକ, ଦିଲ୍ଲୀପ କୁମାର ସାହୁ, ପପେଟର ସଭାପତି ପ୍ରଫେସର କୁବେର ବିଶ୍ୱାଳ, ଜୁନିୟର ରେଡ଼କ୍ରସ ତଥା ଜାତୀୟ ସେବା ଯୋଜନାର ରାଜ୍ୟ ଏସ୍‌ଏନ୍‌ଓ ରମେଶ କୁମାର ବେହେରା, ଜୁନିଅର ରେଡ଼କ୍ରସ ଯୁବ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସାହୁ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁବାସ ଚନ୍ଦ୍ର ନାୟକ, ବିଶିଷ୍ଟ ସାଧୁ ବାବାଜୀ ପ୍ରମୁଖ ସମାଜର ବିଭିନ୍ନ ବ୍ୟକ୍ତି ଯୋଗଦେଇ ଏହି ସିଡ୍‌ସି ବ୍ୟାଙ୍କକୁ ଉଦ୍‌ଘାଟନ କରିବା ସହିତ ବ୍ୟାପକ ବୃକ୍ଷରୋପଣ ପାଇଁ ଏହା ଅଧିକ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକାଠ ଓ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ‘ଜଗା ପାଇଁ ଗଛଟିଏ ଲଗା’ ଏକ ଉତ୍କୃଷ୍ଟ ପଦକ୍ଷେପ ବୋଲି ସାଧାରଣ ଜନତା ଏଥିରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନକୁ ସବୁଜ ଦିବସ ପାଳନ କରାଯିବା ପରିପେକ୍ଷ୍ରୀରେ ଏଥିପାଇଁ ଜୀବ, ଜନ୍ତୁ, ଗଛ ଓ ମଞ୍ଜି ଆଦିକୁ ନେଇ ପ୍ରସ୍ତୁତ ଏକ ଆକର୍ଷଣୀୟ କେକ୍‌କୁ ଅତିଥିମାନେ କାଟିବା ସହିତ ଏହି ସବୁଜ ଅଭିଯାନରେ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସାମିଲ୍ ହୋଇପାରିଲେ ଓଡ଼ିଶା ସମଗ୍ର ବିଶ୍ୱର ସବୁଜ ରାଜଧାନୀରେ ପରିଣତ ହେବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ