ସୋସୋ କାନପୁର ଅଞ୍ଚଳରେ ପୁଣି ବୁଲିଲା ଦନ୍ତା, ଲୋକେ ଆତଙ୍କିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ କାନପୁର ଅଞ୍ଚଳରେ ଏବେ ପୁଣି ହାତୀ ଆତଙ୍କ ଦେଖା ଦେଇଛି । ଆମ୍ବ ପଣସ ପାଚିବା ସମୟ ହୋଇଗଲେ ଗତ କିଛିବର୍ଷ ହେବ ଦୁଇଟି ଦନ୍ତା ହାତୀ ହଦଗଡର ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ସୋସୋ କାନପୁର ଅଞ୍ଚଳକୁ ପଳାଇ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥାନ୍ତି । ଏପରିକି ଗତ ଦୁଇବର୍ଷ ହେଲା ଅନେକ ମଣିଷଙ୍କୁ ମଧ୍ୟ ଆକ୍ରମଣ କରି ମାରିଦେଇଥିଲା । ଏବେ ଗତ କିଛିଦିନ ହେବ ଗୋଟିଏ ଦନ୍ତା ହାତୀ ସୋସୋ, କାନପୁର, ଦନେଇପୁର, ନୁଆଗାଁ ଅଞ୍ଚଳରେ ଚଳପ୍ରଚଳ କରୁଛି । ଦିନରେ ଏଠାରେ ଥିବା ଆମ୍ବ ପଣଷ ତୋଟା ମାନଙ୍କରେ ଶୋଉ ଥିବାବେଳେ ରାତିରେ ବୁଲି ଅନେକ କ୍ଷୟକ୍ଷତି ଘଟାଉଛି । ଗତକାଲି ଦିନ ଦିପହରେ ହାତୀଟି ସାଳନ୍ଦୀ ନଦୀ କୁାଳେ କୁଳେ ବୁଲୁଥବାବେଳେ ଲୋକମାନେ ଦେଖି ଭୟଭୀତ ହୋଇ ପଡିଛନ୍ତି । ଗତବର୍ଷ ଏହି ଦନ୍ତା ହାତୀଟି ଗାଁ ଭିତରକୁ ମଧ୍ୟ ପସି ଆସୁଥିଲା । ଯେଉଁଥି ପାଇଁକି ଲୋକମାନେ ରାତିରେ ଘରୁ ବାହାରକୁ ବାହାରି ପାରୁ ନଥିଲେ । ତେଣୁ ବନ ବିଭାଗ ତୁରନ୍ତ ହାତୀଟିକୁ ଘଉଡାଇବା ଲାଗି ପଦକ୍ଷେପ ନେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ