ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣୀ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ସ୍ମିତ ପ୍ରସାର ପୁରୁଷୋତ୍ତମ ଦାସ, ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣୀ କରିଥିଲେ । ସମୁଦାୟ ୮୦ ଜଣ ଲିଖିତ ଅଭିଯୋଗ କରିଥିଲେ ସେଥିମଧ୍ୟରୁ ୬୨ ଟି ବ୍ୟକ୍ତିଗତ ଏବଂ ୧୮ ଟି ଗୋଷ୍ଠୀ ଗତ ସମସ୍ୟା ଥିଲା । ଜିଲ୍ଲାପାଳ ମହୋଦୟ ୨ ଟି ଅଭିଯୋଗ ତତକ୍ଷଣାତ୍ ଫଇସଲା କରିଥିଲେ ।ଅନ୍ୟ ସମସ୍ୟା ଗୁଡ଼ିକ ସମାଧାନ ପାଇଁ ବିଭାଗୀୟ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ । ଉପଖଣ୍ଡ ର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମରେ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ନରେଶ ବିନ୍ଧାଣି ସହଯୋଗ କରିଥିଲେ ।