ସୁଶୀଲ ରାଠୀ ମାହେଶ୍ୱରୀ ସମାଜର ରାଜ୍ୟ ସଭାପତି ମନୋନୀତ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ବ୍ୟବସାୟୀ ସୁଶୀଲ ରାଠୀ ଉତ୍କଳ ପ୍ରାଦେଶିକ ମାହେଶ୍ୱରୀ ସଭାର ରାଜ୍ୟ ସଭାପତି ଭାବେ ମନୋନୀତ ହୋଇଛନ୍ତି । ପୁରୀ ଠାରେ ଆୟୋଜିତ ସମ୍ମିଳନୀରେ ମାହେଶ୍ୱରୀ ସଭାର ଅଖିଳ ଭାରତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳ ଦାମାନୀ, ପ୍ରାନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ୟାମ ଝାବର ଓ ସହଯୋଗୀ ବିନୟ ଲାହୋଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ରାଠୀ ସଭାପତି ଭାବେ ମନୋନୀତ ହୋଇଛନ୍ତି ।ଏଥି ସହିତ କଟକର ସୁନୀଲ କୋଠାରୀ ସମ୍ପାଦକ, ବଡବିଲର ରାଜେଶ ବିନାନୀ ସାଂଗଠନିକ ସମ୍ପାଦକ, କଟକର ମହାବୀର ମୁନ୍ଧ୍ରା, ରାଉରକେଲାର ସତୀଶ ଅଜମେରା ଓ ଭଦ୍ରକର ପ୍ରମୋଦ ଲଖାନୀ ଉପ-ସଭାପତି, ସମ୍ବଲପୁରର ରାଜକିଶୋର ଶାରଦା ଓ ବ୍ରଜରାଜନଗରର ମନୋଜ ମୁନ୍ଧ୍ରା ଯୁଗ୍ମ ସମ୍ପାଦକ ଓ ରାଉରକେଲାର ରମେଶ କାବରା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।ଏଥିରେ ମାଲକାନଗିରିର ସୁରେଶ ସୋମାନୀ କାର୍ଯ୍ୟକାରିଣୀ ସଦସ୍ୟମାନେ ମନୋନୀତ ହୋଇଛନ୍ତି । ରାଜ୍ୟ ସଭାପତି ଭାବେ ମନୋନୀତ ଶ୍ରୀ ରାଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି ।


