ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ ମଇ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା): ନେସ୍କୋ ପାୱାର ଏମ୍ପେ୍ଲାଇଜ୍ ୟୁନିୟନ୍‌, ବାଲେଶ୍ୱର ଶାଖା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସଭାପତି ଜଗଦୀଶ ବେହେରାଙ୍କ ସମେତ ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ନେତା ବିନୟକୃଷ୍ଣ ମାଇତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିôଲା । ପରେ ଆୟୋଜିତି ସାଧାରଣ ସଭାରେ ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ମୁଖ୍ୟଅତିଥି, ବାର ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବୀ ମନୋଜ କୁମାର ନାୟକ ମୁଖ୍ୟବକ୍ତା, ଟିପିଏନଓଡିଏଲ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀବଲ୍ଲଭ ସିଂ, ମାନବ ସମ୍ବଳ ଅଧିକାରୀ ମାନସ ରଂଜନ ସ୍ୱାଇଁ, ଏଆଇଟିୟୁସି ଜିଲା ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ଶ୍ରମିକଙ୍କ ସାମାଜିକ ସୁରକ୍ଷା ଦିଗ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ସଭାପତି ଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ କମଳାକାନ୍ତ ବେହେରା, ଶଶାଙ୍କ ବେହେରା, ସପନ ଦାସ, ଅଂଜନ କୁମାର ମହାପାତ୍ର, ସତ୍ୟନାରାୟଣ ବେହେରା, ଦେବାଶିଷ ପଣ୍ଡା, ଦେବାଶିଷ ଦେବଗୋସ୍ୱାମୀ, ନିଗମାନନ୍ଦ ରାଉତ, ଭରତ ସେଠୀ, ରାମଚନ୍ଦ୍ର ସାସମଲ, ଅକ୍ଷୟ କୁମାର ଜେନା, ଶିଶିର କୁମାର ଦାସ, ପ୍ରଶାନ୍ତ ମାହାନ୍ତି, ବୀର କିଶୋର ଦିନ୍ଦା, ଆଶିଷ କୁମାର ଜେନା, ଗୀତା ପଟ୍ଟନାୟକ, କଲ୍ଲୋଳ କୁମାର ଘୋଷ, ବୃନ୍ଦାବନ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ଶେଷରେ ଶଶାଙ୍କ ଶେଖର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ