ଜିଲ୍ଲାସ୍ତରୀୟ ତୃତୀୟ ପ୍ରର୍ଯ୍ୟାୟରେ ୮୦ ବିଦ୍ୟାଳୟ ଲୋକାର୍ପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାସ୍ତରୀୟ ତୃତୀୟ ପ୍ରର୍ଯ୍ୟାୟରେ ୮୦ ଗୋଟି ୫ ଟି ହାଇସ୍କୁଲ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ରୂପାନ୍ତରିତ ସ୍କୁଲ୍ ଗୁଡ଼ିକର ଉଦଘାଟନ କରିଛନ୍ତି। ଏହି ଅବସରରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସରକାରୀ ଉଚ୍ଚମାଧ୍ୟମିକ (ଅନୁସୂଚିତ ଜାତି ଓ ଜନଜାତି) ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାର ଉଦଘାଟନ ଉତ୍ସବରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ସାଂସଦ, ବ୍ରହ୍ମପୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ”୫ଟି ” ରୂପାନ୍ତରିତ ସ୍କୁଲ୍ ଗୁଡ଼ିକର କାର୍ଯ୍ଯ ପ୍ରଣାଳୀ ଓ ଶିକ୍ଷାଦାନ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରୋମାଞ୍ଚଳ ଖମାରୀ, ପିଏ ଆଇଟିଡିଏ ଫାଲୁଗୁନି ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଧୀର କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅନ୍ୟ ୮୦ ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରେ ସ୍ମାର୍ଟ କ୍ଲାସ୍ ମାଧ୍ୟମରେ ଏହି ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ ପ୍ରଦର୍ଶିତ ହୋଇଥିଲା ଏବଂ ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ଉଦଘାଟନ ଉତ୍ସବରେ ରାୟଗଡ଼ ସରକାରୀ ଉଚ୍ଚମାଧ୍ୟମିକ (ଅନୁସୂଚିତ ଜାତି ଓ ଜନଜାତି) ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ମମତା ଗମାଙ୍ଗ ନିଜ ବିଦ୍ୟାଳୟର ”୫ ଟି ” ସ୍କୁଲ୍ ରୂପାନ୍ତରିତ ଉପରେ ଆଲୋଚନା କରିବା ସହ ନିଜ ବିଦ୍ୟାଳୟ ରୂପାନ୍ତରିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୫ ଗୋଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୩୧ ଗୋଟି ସ୍କୁଲ୍ ଏହି ”୫ ଟି” କାର୍ଯ୍ୟକ୍ରମ ଅନ୍ତର୍ଗତରେ ରୂପାନ୍ତରିତ ହୋଇଥିଲା । ରୂପାନ୍ତରିତ ହୋଇଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ଅତ୍ୟାଧିନିକ ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବେରୀ, ସ୍ମାର୍ଟ୍ କ୍ଲାସ ରୁମ, ସ୍ମାର୍ଟ୍ ବୋର୍ଡ଼, ଆକର୍ଷଣୀୟ ବେଞ୍ଚ୍ , ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଭୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ସ୍ବଚ୍ଛ ପରିସ୍ରା ଗାର, କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଅତ୍ୟାଧିନିକ ଖେଳ ପଡିଆ, ବିଭିନ୍ନ କ୍ରୀଡ଼ା ସାମଗ୍ରୀ, ସାଂସ୍କୃତିକ କାର୍ଯ୍ୟକଳା ପର ବିକାଶ ଆଦି ହୋଇଅଛି ଏବଂ ବିଦ୍ୟାଳୟ ମାନଙ୍କରେ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଅଛି ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କର ସମନ୍ୱିତ ବିକାଶରେ ସହାୟକ ହୋଇ ପାରିବ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ