୧୪ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା ବିରାଟ ପଟୁଆରରେ ଗୁଣ୍ଡିଚା ମାର୍ଗ ପରିଭ୍ରମଣ କଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି l ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ଶନିବାର ୧୪ ଦିନରେ ମା’ ଙ୍କ ଘଟକୁ ଆଜି ସୁସଜିତ କରାଯାଇଛି l ଏଥିରେ ଦେଶୀବେହେରା ଭାବେ ଏ.ସନ୍ତୋଷ କୁମାର ଦୋରାଙ୍କ ପରିବାରର ସମସ୍ତେ ଉପସ୍ଥିତ ରହି ଯଥାରିତି ସହକାରେ ପୁଜାର୍ଚ୍ଚନା କରାଯାଇଥିଲା। ସକାଳ ଓ ସନ୍ଧ୍ୟାର ଆଳତୀ ପରେପରେ ଭକ୍ତ ମାନଙ୍କୁ ମା’ ଦର୍ଶନ ଦେଉଛନ୍ତି । ସନ୍ଧ୍ୟା ଆଳତୀ ପରେ ଶନିବାର ଦଶମ ଦିନ ପରିକ୍ରମା ରେ ମା’ ଗୁଣ୍ଡିଚା ମାର୍ଗ କୁ ନଗର ପରିକ୍ରମା କରିଥିଲେ l ପ୍ରତିଦିନର ନଗର ପରିକ୍ରମା ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା’ ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ। ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବା ସହ ମିନି ଷ୍ଟାଡିୟମ ପରିସରରେ ରାମ ଦୋଳି, ମୀନାବଜାର ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବିଭିନ୍ନ ପ୍ରକାର ଷ୍ଟଲ କରାଯାଇଛି l ତତ ସଙ୍ଗେ ସଙ୍ଗେ ଓଲିଉଡ଼ର କଳାକାର ପ୍ରଜ୍ଞା ଓ ଶଙ୍କର ଙ୍କ ଏକ ଭିନ୍ନ ସ୍ୱାଦର କମେଡି ସୋର ଆୟୋଜନ କରାଯାଇଥିଲା, ଏଥିରେ କମେଡିଆନ ଦୁହେଁ ଦର୍ଶକଙ୍କୁ ବେଶ ମତୁଆଲା କରି ପାରିଥିଲେ l ପରେ ପରେ ସ୍ଥାନୀୟ ଉପଖଣ୍ଡ କଳାକାର ସଂଘ ପକ୍ଷରୁ ମେଲୋଡି ଓ ଡ୍ୟାନ୍ସ କାର୍ଯ୍ୟକ୍ରମ ମଧ୍ୟ ବେଶ ଆକର୍ଷଣୀୟ ହୋଇ ପାରିଥିଲା l ଶନିବାରର ପଟୁଆରରେ ବ୍ୟାପକ ଆତସବାଜ଼ି ଫୁଟାଇବା ସହ , ଦଶ ଅବତାର, କଥକଳୀ,ସାହିଯାତ,ଡାକୁଲ ନୃତ୍ୟ, ବାଘ, ହାତୀ, ଘୋଡା ନୃତ୍ୟ ଭଳି ଦୁଲଦୁଲି ବାଜା, ଝୋଟି ଏବଂ ଉକ୍ତ ସାହିର ବହୁ ଶିଶୁ ତଥା ଯୁବ କଳାକାର ବିଭିନ୍ନ ବେଶରେ ପରିକ୍ରମା ସବୁଠାରୁ ବେଶ ଆକର୍ଷଣୀୟ ହେବା ସହ ଅନେକ ପଟୁଆର ସାମିଲ ଥିଲେ । ୧୪ ଦିନରେ ମା ‘ଙ୍କ ଦଶମ ନଗର ପରିକ୍ରମା ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ଏକ ବିରାଟ ପଟୁଆର ରେ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଜଗନ୍ନାଥ ମାର୍କେଟ, ତ୍ରିବେଦୀ ପାର୍କ ଛକ,ନେହେରୁ ଛକ, ବଜାର ଛକ, ପାଟଖଣ୍ଡା ମାର୍କେଟ, ଏମସିଏସ ମାର୍କେଟ, ବସଷ୍ଟାଣ୍ଡ ଅଞ୍ଚଳ ଦେଇ ଗୁଣ୍ଡିଚା ମାର୍ଗ ଅଞ୍ଚଳରେ ମା’ପ୍ରବେଶ କରିବା ପରେ ସାହି ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ସମ୍ମୁଖରେ କୁମ୍ଭ, ଦୀପ, ଧୂପ, ଫୁଲ, ଚନ୍ଦନ ଓ ଭୋଗ ରଖି ପୂଜାର୍ଚ୍ଚନା କରିବା ପରେ ଗୁଣ୍ଡିଚା ମାର୍ଗ ରେ ଏକ ଅସ୍ଥାୟୀ ପୂଜନ ସ୍ଥଳରେ ସମସ୍ତ ଭକ୍ତ ଏକତ୍ରିତ ହୋଇ ପୂଜାର୍ଚନା କରିଥିଲେ l ଏଥିରେ ମା ‘ପାଟଖଣ୍ଡାଙ୍କ ସମେତ ବରାଳଦେବୀ, ମା’ଦୁର୍ଗା, ମହାମାୟୀ, ଡେଙ୍ଗଶୀଳ, ଏବଂ ମା’କାଳୀଙ୍କ ଘଟ ଏହିଯାତ୍ରା ରେ ମିଳିତ ଭାବରେ ଯାଉଛନ୍ତି । ଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଅସ୍ଥାୟୀ ପୀଠରେ ମା’ ଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ କେନ୍ଦ୍ର ଖୋଲା ଯାଇଛି l ୨୧ ଦିନ ଧରି ଆୟୋଜିତ ହେଉଥିବା ଏହି ପୁଜାକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପୁଜକ ଶ୍ରୀକାନ୍ତ ପଣ୍ଡା, ସଂଜୟ କୁମାର ଦାସ, ନିଳକଣ୍ଠ ମିଶ୍ର, ଟୁଲୁ ପାଢି, ପୁର୍ଣ୍ଣଚନ୍ଦ୍ର ଶତପଥୀ ଙ୍କ ସମେତ ଅନ୍ୟ ପୂଜକ ମାନେ ପୁଜା କାର୍ଯ୍ୟରେ ସାମିଲ ଅଛନ୍ତି । ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ, ସମ୍ପାଦକ ଭଗବତୀ ପ୍ରସାଦ ସାବତ, ସହ ସମ୍ପାଦକ ସୁଜିତ କୁମାର ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ଏ.ଶ୍ରୀନିବାସ ଦୋରା, ମଦନ ମୋହନ ପାଢୀ, ଡଃ ଶୁଶାନ୍ତ କୁମାର ଦାସ, ପବିତ୍ର ମହନ ପାଢିଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ଙ୍କ ନିର୍ଦେଶରେ ସ୍ଥାନୀୟ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱ ରେ ସମସ୍ତ ଛକ ତଥା ଗହଳି ପୂର୍ଣ୍ଣ ଅଞ୍ଚଳ ରେ ବ୍ୟାପକ ପୋଲିସ ମୁତୟନ ରହି ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳାରେ ନିୟୋଜିତ ଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ