ବାଲିଗୁଡାରେ ଠାକୁରାଣୀ ଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ଚାଲିଛି ଠାକୁରାଣୀ ଯାତ୍ରା ,ଏହି ଯାତ୍ରା ୧୬ଦିନରେ ପହଁଚିଲା । ମା ପାଟଖଣ୍ଡାଙ୍କ ସମେତ ବରାଳଦେବୀ,ଦୁର୍ଗା,ମହାମାୟୀ ଓ ଡେଙ୍ଗସିଳ ଚାରିଭଉଣି ଙ୍କ ଘଟ ବାଲିଗୁଡାର ସାହିକୁ ସାହି ପରିଦର୍ଶନକରୁଛନ୍ତି । ରିତିନିତି ଅନୁଯାୟୀ ପ୍ରତ୍ୟୈକ ଦିନ ପୁଜାର୍ଚ୍ଚନା ହେଉଛି । ମାଙ୍କ ଦର୍ଶନ ନିମନ୍ତେ ଅସ୍ଥାୟୀ ପୀଠରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ମା ଆଜି ନୁଆସାହି ଭ୍ରମଣରେ ଯାଇଛନ୍ତିା ଏଥିନିମନ୍ତେ ସକାଳୁ ଏହି ନୁଆସାହି ବାସିନ୍ଦ ମାଙ୍କୁ ବରୁଣ ଓ ପୁଜାର୍ଚ୍ଚନା କରିଯାଇଛନ୍ତ, ପଟୁଆରରେ ମାଙ୍କୁ ପାଛୋଟି ନେଇଥିଲେ । ଆୟୋଜକ ସମିତି ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ମୀନାବଜାର ଓ ଦୋକାନ ବଜାର ଖୋଲାଯିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ପିଡବ୍ଲୁଡି ଛକ ଠାରେ ନାଟକ ଭାଇହେଲା ଭଗାରୀ ବା ବାଲିସୁଗ୍ରିବ ବଦ୍ଧ ନାଟକ ମଂଚସ୍ଥ କରାଯାଇଛି ଏହି ନାଟକ ନୟାଗଡ ଜିଲ୍ଲା ଇଟାମାଟିରୁ ଆସି ମଂଚସ୍ଥ କରୁଛନ୍ତି । ଏହି ନାଟକକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ ଅବନୀ ନାୟକ ବିଧାୟକ ପ୍ରତିନିଧିଙ୍କ ଦ୍ୱାରା ନଡିଆ ପିଟି ରିବନ କାଟି ଉଦଗାଟନ କରା୍‌ଯାଇଛି । ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅର୍ଚ୍ଚନା ପାଢୀ , ସାଥି ଦର୍ଶକଙ୍କୁ ସଙ୍ଗିତଗାଇ ମନୋରଂଜନ କରିଥିଲେ ,ଏହାକୁ ଦର୍ଶକ ମନୋଭରୀ ଉପଭୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ନିମନ୍ତେ ମୁଖ୍ୟ ଅତିଥୀ ଭାବେ ପ୍ରମୋଦ ସାହୁ,ତୁମୁଡିବନ୍ଧ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି,ସମ୍ମାନିତ ଅତିଥୀ ଭାବେ ଅବନୀ ନାୟକ.ଏନଏସି ବିଧାୟକ ପ୍ରତିନିଧି ଓପଂଚୁଦଣ୍ଡ ପରିଚାଳନା ସମିତିର ଉପଅଧିକାରୀ ପ୍ରଦୀପ ପ୍ରଜ୍ୱଳନ କରି ରିବନ କାଟି ଶୁଭଉଦଘାଟନ କରିଥିଲେ ,ଏଥିରେ ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ,ଯୁଗ୍ମ ସମ୍ପାଦକସୁଜିତ କୁମାର ପାଳ ପ୍ରମୁଖ ମଂଚାସିନ ଥିଲେ ଓ ଡଃ.ଶୁଶାନ୍ତ କୁମାର ଦାସ ମଂଚକୁପରିଚାଳନା କରିଥିଲେ । ଅସ୍ଥାୟୀ ମଣ୍ଡପ ସହ ଯାତ୍ରା ପଡିଆ ପ୍ରବଳ ଲୋକଙ୍କ ସମାଗମ ରହିଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ