ଦୋକାନ ଜାଳି ଦେଲେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଶିବଶକ୍ତି ପଣ୍ଡା ନାମକ ଜଣେ ବ୍ଯକ୍ତିଙ୍କ ପାନ ଓ ରାସନ ଦୋକାନରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି।ଏଥିରେ ଦୋକାନ ମାଲିକଙ୍କ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ବେଳେ ଦୁର୍ବୃତ୍ତ ଜଣକ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାଇଡୁ ପଲ୍ଲୀ ଗ୍ରାମର ଏନ୍.ନରସିଂହ ବୋଲି ଜଣାପଡିଛି।ଦୋକାନ ମାଲିକ ଶିବଶକ୍ତି ଘଟଣା ସମ୍ପର୍କରେ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଥାନା ମାମଲା ନଂ. ୧୭୭/୨୩ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।ଅଭିଯୁକ୍ତ ନରସିଂହକୁ ପୋଲିସ ଗିରଫ କରି ଥାନାରେ   ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ