ବ୍ରାହ୍ମଣ ସମିତି ଜିଲ୍ଲା କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବ୍ରାହ୍ମଣ ସମିତିର ମାସିକ ଅଧିବେଶନ ଦାମୋଦରପୁର ସ୍ଥିତ କାର୍ଯ୍ୟାଳୟରେ ଡା. ଶୀର୍ଷ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସମ୍ପାଦକ ଗୌର ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱାଗତ ସହ ବିବରଣୀ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ସ୍ଥାୟୀ କାର୍ଯ୍ୟାଳୟର ସୀମା ଚିହ୍ନଟ ପୂର୍ବକ ପ୍ରାଚୀର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ଯୋଗୁଁ ଅଧିବେଶନରେ ସମସ୍ତେ ଆଶ୍ୱସ୍ତି ପ୍ରକାଶ କରିଥିଷଲ । ଏହି ନିର୍ମାଣ କାର୍ଯ୍ୟ ପାଇଁ ସହାୟତା କରିଥିବା ବ୍ୟକ୍ତିବିଶେଷଙ୍କୁ ସମିତି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସମିତିର କାର୍ଯ୍ୟାଳୟକୁ ଜଳ ଓ ବିଦ୍ୟୁତ ସଂଯୋଗର ବକେୟା ଦେୟ ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥି ସହିତ ବାଲେଶ୍ୱର ପୌରାଞ୍ଚଳ କମିଟିର ଦୈନନ୍ଦିନ କାର୍ଯ୍ୟ ସଂପାଦନ ପାଇଁ କାର୍ଯ୍ୟାଳୟର ଉପର ମହଲାରେ ଏକ କୋଠରୀ ପ୍ରଦାନ କରିବା ଓ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ସିଦ୍ଧାନ୍ତ ନିଆଯାଇଛି । ‘ବିଜୁ ଶ୍ରମିକବନ୍ଧୁୁୁୁୁୁୁ’ ସମ୍ମାନପ୍ରାପ୍ତ ତଥା ସମିତିର ଉପଦେଷ୍ଟା ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ବ୍ଲକ ଓ ଆଞ୍ଚଳିକ କମିଟି ପକ୍ଷରୁ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଶକ୍ତିପଦ ପଣ୍ଡା, ଗୌରସାଧନ ମିଶ୍ର, ରାଧାକୃଷ୍ଣ ଆଚାର୍ଯ୍ୟ, ଡ. କ୍ଷିତୀଶ୍ୱର ଦାଶ, ସର୍ବେଶ୍ୱର ପତି, ନିରାକାର ଦାଶ, ବୁଦ୍ଧିରାମ ପାଣିଗ୍ରାହୀ, ଗୌର ଗଦାଧର ଶତପଥୀ, ସରୋଜ ନାରାୟଣ ଷଡ଼ଙ୍ଗୀ, ରବି କୁମାର ପାଣିଗ୍ରାହୀ, ଶାନ୍ତି ସ୍ୱରୂପ ମିଶ୍ର, ବିଷ୍ଣୁପଦ ପାଠୀ, ନାରାୟଣ କର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଦୀପ ଚକ୍ରବର୍ତ୍ତୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ