ହଦହଦି ଜଙ୍ଗଲରେ ଭାଲୁ – ଚାଷୀ ମୁହାଁ ମୁହିଁ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ବିଶୋଇ ଥାନା ଅନ୍ତର୍ଗତ ଖଡମଵେଡା ପଞ୍ଚାୟତର ସାନବାଲିଚୁଆ ଗ୍ରାମର ଜନୈକ ଯୁବ ଚାଷୀ ଜଙ୍ଗଲକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସାନବାଲିଚୁଆ ଗ୍ରାମର କାନ୍ଦରା ନାୟକ (୩୦) ଶିମିଳିପାଳ ପାହାଡ଼ ଅଧିନସ୍ଥ ହଦହଦି ଜଙ୍ଗଲକୁ ଜଙ୍ଗଲଜାତ ସାମଗ୍ରୀ ଆଣିବାକୁ ଯାଇଥିବା ସମୟରେ ଏକ ମାଈ ଭାଲୁ ସହ ମୁହାଁମୁହିଁ ହୋଇଥିଲା ।ଭାଲୁ ସହିତ ଲଢେ଼ଇ ହୋଇଥିଲା । ଭାଲୁ କାନ୍ଦରାକୁ କ୍ଷତ ବିକ୍ଷତ କରି ଗୁରୁତର ଅବସ୍ଥାରେ ପକାଇ ଜଙ୍ଗଲ ଭିତରକୁ ତାର ଦୁଇଟି ଶାବକ ଛୁଆକୁ ଧରି ପଳାଇଥିଲା । ଖବର ପାଇ ମଣଦା ବନବିଭାଗ କାନ୍ଦରାକୁ ପାଖରେ ପହଞ୍ଚି ହାଲଚାଲ ବୁଝି ଆବଶ୍ୟକୀୟ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଖଡମଵେଡା ସମିତି ସଭ୍ୟା ବାସନ୍ତୀ ହାଁସଦା ଗୁରୁତର କାନ୍ଦରାକୁ ଡାକ୍ତର କାମନାରେ ଭେଟି ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କାନ୍ଦରାକୁ ଆବଶ୍ୟକୀୟ କ୍ଷତିପୂରଣ ଖର୍ଚ୍ଚ ବହନ କରିବାକୁ ଵନ ବିଭାଗ ପାଖରେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ