ରାଇରଙ୍ଗପୁର କୋର୍ଟ ପରିସରରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର କୋର୍ଟ ପରିସରରେ ଆଜି ସକାଳୁ ୭ ଟା ସମୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓ୍ବାନୀ, ଫୌଜଦାରୀ, ପାରିବାରିକ,ମୋଟରଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲା ଗୁଡ଼ିକର ଶୁଣାଣୀ ଥିଲା ।ଏହାର ଏକମାତ୍ର ଉଦେଶ୍ୟ ଦରିଦ୍ର, ନିଷ୍ପେସିତ ଓ ଅବହେଳିତ ତଥା ଗ୍ରାମାଞ୍ଚଳୟ ଲୋକମାନେ ଏହି ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇଁ ପାରିବେ ।ଆଜି ୧୩୩ ଟି ମାମଲାର ଶୁଣାଣି କରାଯାଇଥିଲା । ତନ୍ମଧ୍ୟରୁ ୩୮ ଟି ମାମଲାର ପିଲା କରା ଯାଇଥିବାବେଳେ ତିନି ଲକ୍ଷ ଵାଷଠି ହଜାର ଚାରିଶହ ଅଣଷଠି ଟଙ୍କା (୩,୬୨,୪୫୯ -୦୦) ଜୋରିମାନା ଆଦାୟ କରାଯାଇଥିଲା ।କାର୍ଯ୍ୟକ୍ରମରେ ସବଜଜ୍ ହିମାଂଶୁ ଶେଖର ବିଶ୍ବାଳ ଏବଂ ଏସଡିଜିଏମ ସିଦ୍ଧାର୍ଥ ଶଙ୍କର ସେନାପତି ଶୁଣାଣି ରେ ସାମିଲ ହୋଇ ନ୍ଯାୟ ତ୍ୱରିତ କରାଇଥିଲେ । କୋର୍ଟର କର୍ମଚାରୀ ସ୍ଵସ୍ତିକ ପଣ୍ଡା,ଲକ୍ଷ୍ମଣ ମାର୍ଣ୍ଡୀ, ବଟକୃଷ୍ଣ ମହାନ୍ତି, ସନ୍ତୋଷ ମହାନ୍ତ, ଭଗବାନ ଘଡେ଼ଇ,ଅମରେଶ ବଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।