ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ଭୁବନେଶ୍ୱର , ( ଯୁଗାବ୍ଦ ନ୍ୟୁଜ) : ମଙ୍ଗଳବାର ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଜୟଦେବ ପୁରସ୍କାର ପାଇବେ ପ୍ରଖ୍ୟାତ ସଂଳାପକାର ଓ ନିର୍ଦ୍ଦେଶକ ବିଜୟ ମିଶ୍ର । ତା ସହ ଭିଜା ମାଟିର ସ୍ୱର୍ଗକୁ ସର୍ବଶ୍ରେଷ୍ଠ ଫିଲ୍ମ ଭାବରେ ବଛା ଯାଇଥିବାବେଳେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ମିହର ଦାସଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିବ । ଚମ୍ପିଆନରେ ଦମଦାର ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପାଇବେ ଅର୍ଚ୍ଚିତା ସାହୁ । ମନମୋହନ ମହାପାତ୍ର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ବିବେଚିତ ହୋଇଥିବାବେଳେ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର ମିଳିବ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପାଇବେ ଶାନ୍ତି ରାଜ ଖୋସଲା ତାସହ ବସନ୍ତ ରାଜ ସାମଲଙ୍କୁ ଶ୍ରେଷ୍ଠ ଗୀତିକାର , ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ କରୁଣାକର ଓ ଗାୟିକା ଭାବେ ଅନ୍ତରା ଚକ୍ରବର୍ତ୍ତିଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିବ । ଶ୍ରେଷ୍ଠ କାହାଣୀକାର ଭାବେ ଡି. ନିରଞ୍ଜନ ରେଡ୍ଡୀ , ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ରଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ମିଳିବେ ।