ପ୍ରଜାପିତା ବ୍ରହ୍ମାକୁମାରିସ୍ ଛତ୍ରପୁର ଶାଖାର ୨୭ତମ ବାର୍ଷିକ ଉତ୍ସବ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଛତ୍ରପୁର ଶାଖା ତରଫରୁ ଏହାର ୨୭ତମ ବାର୍ଷିକ ଉତ୍ସବ ବଡ଼ ଧୁମ ଧାମରେ ପାଳନ କରାଯାଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ଛତ୍ରପୁର ସହରରେ ବ୍ରହ୍ମାକୁମାରୀସ୍ ଭାଇ ଓ ଭଉଣୀ ମାନଙ୍କର ଏକ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ତଥା ଶିବ ରଥର ଶାନ୍ତି ଶୋଭାଯାତ୍ରା ବାହାରି ଥିଲା । ଏହାର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପେ ଇଣ୍ଡିଆନ୍ କୋଷ୍ଟ ଗାର୍ଡ କମାଣ୍ଡେଣ୍ଟ ଧନଞ୍ଜୟ କୁମାର୍ ମିଶ୍ର ଯୋଗ ଦେଇଥିଲେ। ଏହାର ପ୍ରାରମ୍ଭ ଛତ୍ରପୁର ଶାଖା କଳ୍ପବାସି ନଗର ଠାରୁ ଅପର ବସଷ୍ଟାଣ୍ଡ ବିଭିନ୍ନ ସାହି ଦେଇ ଲୋର୍ ବସଷ୍ଟାଣ୍ଡ ତଥା ରିକାପଲ୍ଲି ରେ ଶେଷ ହୋଇଥିଲା। ଏହି ଶାନ୍ତି ଶୋଭାଯାତ୍ରା ରେ ୧୫ରୁ ଉର୍ଦ୍ଧ ପାଖ ଗ୍ରାମ ତଥା ସ୍ଥାନୀୟ ସହର ର ଭାଇ ଓ ଭଉଣୀ ମାନେ ପଦଯାତ୍ରା କରିଥିଲେ। ଚୈତନ୍ୟ ଝାଙ୍କି ଓ ସ୍ଲୋଗାନ ମାଧ୍ୟମରେ ବିଶ୍ଵ ଭାତୃତ୍ବ ଭାବ, ବିଶ୍ଵ ଏକତା, ଚରିତ୍ର ନିର୍ମାନ, ନିଶାମୁକ୍ତ ଜୀବନ ପାଇଁ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ର ଆବଶ୍ୟକତା ଉପରେ ଆଲୋକପାତ କରା ଯାଇଥିଲା। ସମସ୍ତ ସହରବାସି ଙ୍କୁ ନିଶୁଳ୍କ ରାଜ ଯୋଗ ର ଅଭ୍ୟାସ ପାଇଁ ସ୍ଥାନୀୟ ସେବାକେନ୍ଦ୍ର କୁ ଈଶ୍ୱରୀୟ ନିମନ୍ତ୍ରଣ କରା ଯାଇଥିଲା । ଏହାକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ ସ୍ଥାନୀୟ ସେବାକେନ୍ଦ୍ର ର ମୁଖ୍ୟ ସଂଚଳିକା ରଜାଯୋଗିନି ବ୍ରହ୍ମକୁମାରି ବିଜୟଲକ୍ଷ୍ମୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ