କରଜ ଟଙ୍କା ଆଦାୟ କୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):କରଜ ଟଙ୍କା ଆଦାୟକୁ  କେନ୍ଦ୍ରକରି ଶତ୍ରୁତା ରୁ ଦିଗପହଣ୍ଡି ବ୍ଲକ ଫାସିଗୁଡା ଗ୍ରାମର ରୋହିତ ସେଠୀ ଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜଣେ ନାବାଳକ ଙ୍କ ସମେତ ୪ ଜଣ ଙ୍କୁ ଦିଗପହଣ୍ଡି ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଯୁବକମାନେ ହେଲେ ଫାସିଗୁଡା ଗ୍ରାମର ଅଜୟ କୁମାର ସେଠୀ , ଭୀଷ୍ମଗିରି ଗ୍ରାମର ବଳରାମ ଓରଫ ପ୍ରଦୀପ କୁମାର ମହାନ୍ତି ଓ ପଦ୍ମନାଭପୁର ଗ୍ରାମର ଆଦିତ୍ୟ ନାୟକ।ସୂଚନା ପ୍ରକାରେ ରୋହିତ ଓ ଅଜୟ ଙ୍କ ମଧ୍ୟରେ କରଜ ଟଙ୍କା ନେଣଦେଣ କୁ କେନ୍ଦ୍ରକରି  ଶତ୍ରୁତା ଲାଗିରହିଥିଲା। ଗତ ସୋମବାର ସନ୍ଧ୍ୟାରେ ରୋହିତ ନିଜ ଘରୁ ବାହାରି ଡେଙ୍ଗାଓସ୍ତା ଗ୍ରାମ ବଜାର କୁ ଯିବା ସମୟରେ ଫାସିଗୁଡ଼ା ଗ୍ରାମ ଓ ଛଣମେରୀ ଗ୍ରାମ ମଝିରାସ୍ତା ରେ ଥିବା ମାଁ ପୋଲକାଶୁଣୀ ଚଣ୍ଡି ମନ୍ଦିର ନିକଟରେ ଅଭିଯୁକ୍ତ ମାନେ ସଂଘବଦ୍ଧ ଭାବେ ତାଙ୍କୁ ଅଟକାଇଥିଲେ।ସେଠାରେ ରୋହିତ ଏବଂ ଅଜୟଙ୍କ ମଧ୍ୟରେ ବଚସା ହେବା ପରେ ପୂର୍ବ ଯୋଜନା ପ୍ରକାରେ  ଖଣ୍ଡା ଦ୍ଵାରା ରୋହିତ ଙ୍କୁ ସଂଘବଦ୍ଧ ଆକ୍ରମଣ କରି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ।ରୋହିତ ଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା।   ଏନେଇ ମଙ୍ଗଳବାର ରୋହିତ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଘଟଣାରେ ସମ୍ପୃକ୍ତ  ଜଣେ ନାବାଳକ ସମେତ ୩ ଅଭିଯୁକ୍ତ ଙ୍କୁ ପୋଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ। ଦିଗପହଣ୍ଡି ଥାନା ମାମଲା ନଂ.୧୮୫/୨୩ ଅନୁଯାୟୀ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।  ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ନାବାଳକ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡ ରେ ହାଜର କରାଯିବା ପରେ ବ୍ରହ୍ମପୁର ବାଳ ସୁଧାରଗୃହ କୁ ପଠାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ