ଜାନକୀଙ୍କ ନିକଟରେ ପହଞ୍ଚିଲା ସାନଭି ସେବା ଟ୍ରଷ୍ଟ, ଘର କରିଦେବାକୁ ଦେଲା ପ୍ରତିଶୃତି

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ଅସହାୟ ମହିଳା ଜାନକୀ ରଣାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ହାଟଡିହି ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସାନଭୀ ସେବା ଟ୍ରଷ୍ଟର ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ ମଲ୍ଲିକ, ଶିବବ୍ରତ ପଣ୍ଡା, ତପନ କୁମାର ବଳ, ନିଶିକାନ୍ତ ରାଉତ, ଭାଗିରଥି ନାୟକ, ଅଜୟ କୁମାର ଜେନା, ସନ୍ତୋଷ ପରିଡା ପ୍ରମୁଖ ପହଞ୍ଚି ସହାୟତାର ହାତ ବଢ଼ାଇବା ସହିତ ମାସକର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ମହିଳାଙ୍କ ଘରଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ବିପଦ ଶଙ୍କୁଳ ହୋଇପଡିଥିବା ଦେଖି ଅଳ୍ପ ଦିନ ଭିତରେ ଟ୍ରଷ୍ଟ ତରଫରୁ ଘର ଖଣ୍ଡିଏ ନିର୍ମାଣ କରିଦେବାର ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଜାନକୀଙ୍କ ସ୍ୱାମୀ ଦୁଇବର୍ଷ ତଳେ କରୋନାରେ ମୃତୁ୍ୟବରଣ କରିଥିବାବେଳେ ଏକମାତ୍ର ପୁଅ ରାଜ୍ୟ ବାହାରେ କାମ କରୁଥିବାବେଳେ ଦୀର୍ଘ ୧୦ବର୍ଷ ହେଲା ଘରକୁ ଫେରିନି । ଅନେକ ଦୁଖଃ କଷ୍ଟରେ କାଳାତିପାତ କରୁଥିବା ଜାନକୀ ଘରଖଣ୍ଡିକ ଛପର କରି ନପାରିବାରୁ ଘରଟି ସମ୍ପୁର୍ଣ୍ଣ ଭୁୁଷୁଡି ପଡିଛି । ଜାନକୀ ଦ୍ୱାରଦ୍ୱାର ବୁଲି ମାଗଣକରି ଯାହା ପାଉଛନ୍ତି ସେଇଥିରେ ତାଙ୍କର ତେଲ ଲୁଣ ଟିକେ କିଣି ଖାଦ୍ୟ ଜୀବନ ବଞ୍ଚାଇଥିବାବେଳେ ବାରଣ୍ଡାରେ ଏକ ମଶାରୀ ଟାଙ୍ଗି ଦିନ କାଟୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ