ବନ୍ଧୁମଳିନ କାର୍ଯ୍ୟକ୍ରମ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମ୍ବାଦ ଦାହିତ୍ୟଘର ପକ୍ଷରୁ ଶଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ଏକ ନିଆରା ବନ୍ଧୁମଳିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାହିତ୍ୟଘରର ଆବାହକ କିଶୋର ଆଚାର୍ଯ୍ୟ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବାପରେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ଏଥିରେ ବରିଷ୍ଠ ଉପଦେ୍ଦଷ୍ଟା ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ନିତ୍ୟାନନ୍ଦ ବେହେରା, ସହ ସମ୍ପାଦକ ନାରାୟଣ ସାହୁ, କୋଷାଧକ୍ଷ ସୁରେନ୍ଦ୍ର କୁମାର ପରିଡା, ଚତୁର୍ଭୁଜ ପହି, ସୁବାସ ଚନ୍ଦ୍ର ପାତ୍ର, , ବିଦୁ୍ୟତ ପ୍ରଭା ଦେଓ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ଗୌରାଙ୍ଗ ଚରଣ ଆୟଚ, ଭାସ୍କର ଚନ୍ଦ୍ର ପାଢ଼ୀ, ନାରାୟଣ ଚନ୍ଦ୍ର ଲେଙ୍କା, ବାମନ ଚରଣ ବେହେରା, ଦଶରଥ ସାହୁ, ରମେଶ କୁମାର ସାହୁ, ହରିହର ସାମଲ, ଚିନ୍ତାମଣି ଦାସ, ଗୌରାଙ୍ଗ ଚରଣ ଖିଲାର, ନିରଞ୍ଜନ ନାୟକ, ଉମାମଣୀ ପାଢ଼ୀ, ଜ୍ୟୋତ୍ସ୍ନାରାଣୀ ଦାସ, ସରଳା ମହାପାତ୍ର, ଅଶୋକ କୁମାର ଦାସ, ସୁକାନ୍ତ କୁମାର ବେହେରା, ସୁଦାମ ଚରଣ ଜେନା, ବଳରାମ ଜେନା, ହେମନ୍ତ କୁମାର ନାୟକ, ଗୌରାଙ୍ଗ ଚରଣ ସ୍ୱାଇଁ, ଦାଶରଥି ଜେନା, ରମାକାନ୍ତ ପହି, କିର୍ତ୍ତନ ଚରଣ ନାୟକଙ୍କ ସମେତ ହାଟଡିହି, ବନ୍ତ, ଆନନ୍ଦପୁର ଅଞ୍ଚଳର କବି କବୟତ୍ରୀ ଓ ସାହିତି୍ୟକ ମାନେ ଯୋଗଦେଇ ସାହିତି୍ୟକ ମାନେ ଇର୍ଶା, ଦ୍ୱେଶ ଓ ପରଶ୍ରୀକାତରତାରୁ ଉର୍ଦ୍ଧରେ ରହି ପରଷ୍ପର ମଧ୍ୟରେ ସ୍ନେହ, ମୈତ୍ରୀ ଓ ସୈାହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣର ଅଭିବୃଦ୍ଧି କରି ସାହିତ୍ୟକୁ ବ୍ୟକ୍ତି ଓ ସମାଜର ମଙ୍ଗଳ ନିମିତ୍ତ ଉତ୍ସର୍ଗ କରିବାପାଇଁ ନିଜ ଭିତରେ ସଂକଳ୍ପ ଗ୍ରହଣ କରିଥିଲେ । ଏତତ ସହିତ ଅଧ୍ୟବସାୟ, ଅଧ୍ୟୟନ ଓ ନିଷ୍ଠାର ସହ ସାହିତ୍ୟ ସହିତ ଏକତାନ ଓ ଏକମନ ହୋଇ ଉଚ୍ଚ କୋଟ୍ଟୀର ସାହିତ୍ୟ ସୃଷ୍ଟି କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ । ଏହି ଅବସରରେ ଉପସ୍ଥିତ କବି, କବୟତ୍ରୀ ଓ ସାହିତି୍ୟକ ମାନେ ନିଜ ନିଜର ଅନୁଭୁତୀ ବର୍ଣ୍ଣନା କରିବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ । ସାମ୍ବାଦିକ ଗୋପାଳ କୃଷ୍ଣ ରାଉତ, ବିଭୁତି ଭୁଷଣ ଜେନା, ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ଭରତ ଚନ୍ଦ୍ର ସାମଲ, ନାରାୟଣ ମହାନ୍ତି, ଅନିରୁଦ୍ଧ ସେଠୀ, କର୍ମଚାରୀ ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


