ଟ୍ରାକ୍ଟର ଧକ୍କାରେ ଅଟୋ ଚୂର୍ ମାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପାଟପୁର ମୂଖ୍ୟ ରାସ୍ତାର କବିରାଜ ବନ୍ଧ ନିକଟରେ ସୋମବାର ପ୍ରାୟ ୧ ଟା ସମୟରେ ଏକ ଯାତ୍ରୀବାହୀ ଅଟୋ ନଂ. (ଓଡି୦୭ ଏପି ୬୯୬୪)କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିବା ଜଣାପଡିଛି। ଟ୍ରାକ୍ଟର ଧକ୍କାରେ ଅଟୋ ଟି ଚୁର ମାର ହୋଇଯାଇଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।ମୃତା ମହିଳା ଜଣକ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ଝୁନା ପାତ୍ର ବୋଲି ଜଣାପଡିଛି।ଆହତ ମାନେ ପଦ୍ମନାଭପୁର ଗ୍ରାମର ନିଳାଞ୍ଚଳ ପାତ୍ର , ପୂଜା ପାତ୍ର ଏବଂ କଇଠଡା ଗ୍ରାମର ଅଟୋ ଚାଳକ ଶିବାନନ୍ଦ ପାଣିଗ୍ରାହୀ।ଶିବାନନ୍ଦ ଗୁରୁତର ଥିବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।ଅଟୋଟି କବିସୂର୍ଯ୍ୟନଗରରୁ ପଦ୍ମନାଭପୁର ଆସୁଥିବା ବେଳେ ବୀପରିତ ଦିଗରୁ ଯାଉଥିବା ଟ୍ରାକ୍ଟର ନଂ. (ଓଡି୦୭ ଡବ୍ଲ୍ୟୁ ୮୭୦୪)ର ଆଗପଟ ଚକା ହଠାତ ଫାଟି ଯାଇଥିଲା।ଫଳରେ ଏହା ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଇଥିବା ଜଣାପଡିଛି।ଦିଗପହଣ୍ଡି ପୋଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଓ ଅଟୋକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


