ଠାକୁରାଣୀ ଯାତ୍ରା ଚାନ୍ଦା ନ ଦେବାରୁ ବ୍ୟବସାୟୀ ଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ ଅଭିଯୋଗ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଚୁଡୁଙ୍ଗ ପୁର ଗାଁ ରେ ଠାକୁରାଣୀଙ୍କ ଯାତ୍ରା ନାମରେ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଯାତ୍ରା ଚାନ୍ଦା ନଦେବାରୁ ଜଣେ ବ୍ଯବସାୟୀଙ୍କୁ ମଝି ରାସ୍ତାରେ ଆକ୍ରମଣ କରାଯିବା ସହ । ଯୋର ଜବରଦସ୍ତ  ଟଙ୍କା ଛଡାଇ ନିଆ ଯାଇଥିବା  ଅଭିଯୋଗ ହୋଇଛି। ସୋମବାର ପ୍ରାୟ ସାଢେ ୧୨ ଟା ରେ ସାଗର ପାତ୍ର ନାମକ ଜଣେ ବ୍ଯବସାୟୀ ନିଜ ଘରକୁ ଫେରିବା ବାଟରେ କିଛି ଯୁବକ ତାଙ୍କୁ ଚାନ୍ଦା ମାଗିଥିଲେ । ଟଙ୍କା ନ ଦେବାରୁ ତାଙ୍କୁ ଆକ୍ରମଣ କରାଯିବା ସହ ୧୫ ହଜାର ଟଙ୍କା ଛଡାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ଆହାତ ବ୍ଯବସାୟୀ ଜଣକ ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ଦିଗପହଣ୍ଡି ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ପାଟପୁର ଥାନା ସାହସପୁର ଗ୍ରାମର ତ୍ରିପତି ପାତ୍ର  ଏବଂ ଦିଗପହଣ୍ଡି ଥାନା ଚୁଡ଼ଙ୍ଗପୁର ଗ୍ରାମର ବଳରାମ ପାତ୍ର , ଶିବ ପାତ୍ର  ଓ ସନ୍ତୋଷ ପାତ୍ର ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ