ନାବାଳିକାଙ୍କୁ ଅପହରଣ ସହ ଦୁର୍ଷ୍କମ ଘଟଣାରେ ଜେଲ ଗଲେ ଯୁବକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ଏପ୍ରିଲ ୩୦ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ଜେ;ଣ ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରିବା ସହ ଦୁର୍ଷ୍କମ କରିଥିଲେ । ନାବାଳିକାଙ୍କ ପରିବାର ପକ୍ଷରୁ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୨୯୫/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ନାବାଳିକାଙ୍କୁ ଅପହରଣ ଓ ଦୁର୍ଷ୍କମ ଅଭିଯୋଗରେ ହିଞ୍ଜିଳି ପୁଲିସ ଅପହରଣକାରୀ ଯୁବକଙ୍କୁ ସୋମବାର ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ବଡଗଡ ଥାନା ମାଣିକପୁର ଗ୍ରାମର ବଳିଆ ଗୌଡ(୧୮) । ଉଭୟଙ୍କ ଡାକ୍ତରୀ ମାଇନା ପରେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।ପ୍ରକାଶ ଯେ, ଗତ କିଛି ମାସ ପୂର୍ବେ ନାବାଳିକାଙ୍କ ମୋବାଇଲ ଫୋନକୁ ଏକ ଅଜଣା କଲ୍ ଆସିଥିଲା । ଅଜଣା କଲ୍ ପରେ ନାବାଳିକାଙ୍କ ସହ ଯୁବକଙ୍କ ବାର୍ତ୍ତାଳପ ଓ ପରେ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବିବାହ କରିବାର ପ୍ରତିଶୃତି ଦେଇ ଦୁହେଁ ଫେରାର ହେବା ପାଇଁ ଯୁବକ ଜଣଙ୍କ ନାବାଳିକାଙ୍କୁ କହିଥିଲେ । ଯୁବକଙ୍କ କଥାରେ ନାବାଳିକା ଜଣଙ୍କ ସମ୍ମତି ନହେବାରୁ ଗତ ଏପ୍ରିଲ ୩୦ ତାରିଖରେ ନାବାଳିକାଙ୍କୁ ଘର ନିକଟରୁ ଅପହରଣ କରି ନେଇଥିଲେ । ଝିଅକୁ ନପାଇ ପରିବାର ଲୋକେ ବହୁ ଜାଗାରେ ଖୋଜାଖୋଜି କରିବା ପରେ ସନ୍ଧାନ ନମିଳିବାରୁ ମଇ ୧ ତାରିଖରେ ଝିଅର ନିଖୋଜ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଯୁବକ ଜଣଙ୍କ ନାବାଳିକାଙ୍କୁ ଭୂବନେଶ୍ୱର ନେଇ ସେଠାରେ ବଳପୂର୍ବକୁ ଦୁର୍ଷ୍କମ କରିବା ପରେ ଛାଡି ଦେଇ ଯୁବକ ଜଣଙ୍କ ଫେରାର ହୋଇ ଯାଇଥିଲେ । ନାବାଳିକା ଜଣଙ୍କ ଫୋନ୍ ଯୋଗେ ଘଟଣା ସର୍ମ୍ପକରେ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଫୋନକଲ୍ ପାଇ ହିଞ୍ଜିଳି ପୁଲିସ ଭୂବନେଶ୍ୱର ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ପରେ ଯୁବକଙ୍କ ଫୋନ ଟ୍ରାକିଂ କରି ସୋମବାର ହିଞ୍ଜିଳି ପୁଲିସ ଯୁବକଙ୍କୁ ତାଙ୍କ ପୈତୃକ ଗ୍ରାମ ବଡଗଡ ଥାନା ମାଣିକପୁର ଗ୍ରାମରୁ ଗିରଫ କରିଥିଲା । ଗିରଫ ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ନାବାଳିକାଙ୍କୁ ଅପହରଣ ପରେ ଦୁର୍ଷ୍କମ କରିଥିବା ନେଇ ଯୁବକ ଜଣଙ୍କ ପୁଲିସ ନିକଟରେ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ