ଜନଶିକ୍ଷଣ ସଂସ୍ଥାନ ତରଫରୁ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ “ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରଣାଳୟ” ଦ୍ଵାରା ପରିଚାଳିତ ଜନଶିକ୍ଷଣ ସଂସ୍ଥାନ ଜଗତସିଂହପୁର ପକ୍ଷରୁ ସ୍ଥାନୀୟ ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ ଠାରେ ସଂସ୍ଥାନ ପକ୍ଷରୁ ଦିଆଯାଉଥିବା ସିଲାଇ ଶିକ୍ଷା ପ୍ରଶିକ୍ଷଣର କୃତୀ ହିତାଧିକାରୀମାନଙ୍କୁ ସେମାନଙ୍କର ତାଲିମ ପରିସମାପ୍ତିର ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା | ଏହି ଅବସରରେ ସଂସ୍ଥାନର ସହ କାର୍ଯ୍ୟକାରୀ ଅଧିକାରୀ ବିନୋଦ ବିହାରୀ ସାମଲ , ପ୍ରଦୋଷ ମହାନ୍ତି ଯୋଗ ଦେଇ ପ୍ରମାଣ ପତ୍ର ବଣ୍ଟନ କରିବା ସହିତ ହିତାଧିକାରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ | ଏହି କାର୍ଯ୍ୟକ୍ରମରେ ୪0 ଜଣ କୃତୀ ହିତାଧିକାରୀ ଯୋଗଦେଇଥିଲେ। ଶେଷରେ ସଂସ୍ଥାନର ପ୍ରଶିକ୍ଷିକା ଲିପସ୍ମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ