ଯାଜପୁରରେ ବିଶ୍ୱ ମାନବାଧିକାର ଦିବସ ପାଳିତ

ଯାଜପୁର, : ସ୍ୱାଧୀନ ଭାରତର ସମ୍ୱିଧାନ ନିୟମାନୁସାରେ ସମସ୍ତେ ସାମ୍ୱିଧାନିକ ଅଧିକାର ଊପଭୋଗ କରିବା ସଂଗେ ସଂଗେ ଅନ୍ୟ ମାନଙ୍କ ଅଧିକାରକୁ ହସ୍ତକ୍ଷେପ କରିବା ଊଚିତ ନୁହେଁ । ସମ୍ୱିଧାନ ଅନୁସାରେ ସମସ୍ତେ ସମାନ ନ୍ୟାୟ ପାଇବା ଊଚିତ । ଯଦି କୈାଣସି ବ୍ୟକ୍ତି ନିଜର ଅଧିକାର କ୍ଷୂର୍ଣ୍ଣ ହେବାଭଳି ପରିସ୍ଥିତ ଊପଲବ୍ଧି କରେ ତେବେ ସେ ଆଇନ ଅଦାଲତକୁ ଯାଇ ନିଜର ଅଧିକାରକୁ ସାବ୍ୟସ୍ତ କରିପାରିବ । ଏଥି ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଲୋକ ମାନଙ୍କୁ ସୁରକ୍ଷା ଦେବାପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଊଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଲୋକ ଅଦାଲତର ସ୍ଥାୟୀ ବିଚାରପତି ଶ୍ରୀଯୁକ୍ତ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତି ବର୍ଷ ଡିସେମ୍ୱର ୧୦ ତାରିଖରେ ବିଶ୍ୱ ମାନବାଧିକାର ଦିବସ ପାଳନ କରାଯାଇଥାଏ । ଆମ ଦେଶ ଭାରତ ଏକ ବୃହତ୍ତ ଗଣତନ୍ତ୍ର ରାଷ୍ଟ୍ର । ଗଣତନ୍ତ୍ର ରାଷ୍ଟ୍ରରେ ନିଜକୁ ନିଜେ ଶାସନ କରୁଚ୍ଥୁ । ସମ୍ୱିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଚ୍ଥି । କି ଧନୀ କି ଗରିବ ଆଇନ ଆଖିରେ ସମସ୍ତେ ସମାନ । ଅଧିକାରରୁ ବଞ୍ଚିତ ହେଲେ ସେ ନ୍ୟାୟାଳୟକୁ ଯାଇପାରିବ । ଗରିବ ଓ ଦୁସ୍ଥ ଲୋକଟିଏ ଆଇନ ସହାୟତା ପାଇବା ନିମନ୍ତେ ଜିଲ୍ଳା ସ୍ତରରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ସ୍ତରରେ ରାଜ୍ୟ ମାନବାଧିକାର କମିଶନ ଦେଶ ସ୍ତରରେ ଜାତୀୟ ମାନବାଧିକାର କମିଶନ ସହାୟତା ନିମନ୍ତେ ହାତ ବଢାଇଥାନ୍ତି । ତେଣୁ ସେମାନେ ମାଗଣାରେ ଆଇନ ସେବା ପାଇପାରିବେ । ସମସ୍ତେ ଶିକ୍ଷା ଲାଭ କରିବାର ଅଧିକାର, ନାଗରିକ ଅଧିକାର, ରାଜନୀତି ଅଧିକାର, ମାନବିକ ଅଧିକାର, ଶୋଷଣ ବିରୁଦ୍ଧରେ ଅଧିକାର ସାବ୍ୟସ୍ତ କରିବା ପାଇଁ ସମ୍ୱିଧାନ ଅଧିକାର ପ୍ରଦାନ କରିଚ୍ଥି । ୧୯୪୮ ମସିହାରେ ଆଜି ଦିନରେ ଏହି ଆଇନ ପ୍ରଣୟନ ହୋଇଥିଲା । ବିଶ୍ୱ ଯୁଦ୍ଧରେ ବହୁ ଧନ ଜୀବନ ନଷ୍ଟ ହୋଇଥିବାରୁ ସମଗ୍ର ମାନବ ସମାଜକୁ ଗୋଟିଏ ଜାତି କରି ସମାନ ଅଧିକାର ଦେବାକୁ ବହୁ ଚିନ୍ତାଶୀଳ ବ୍ୟକ୍ତି ଏହାର ଶୁଭାରମ୍ଭ କରିଥିଲେ । ଏହି ବୈଠକରେ  ଆଇନ ସେବା ପ୍ରାଧିକରଣର ସଂପାଦକ ପ୍ରଦୀପ କୁମାର ବେହେରା ସାରଗର୍ଭକ ଆଲୋଚନା କରିଥିଲେ । ଊକ୍ତ ବୈଠକରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୀବନାନନ୍ଦ ପାଢୀ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଯଥାକ୍ରମେ ଦୀପାରାଣୀ ଜେନା, ତାନଭି ରଥ, ଜୁଏଲ ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ଅଖିଳ ମୋହନ ଦାଶ, ଆଇନ ସେବା ପ୍ରାଧିକରଣ ସଦସ୍ୟ ହୃଷିକେଶ ପଣ୍ଡା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ମୁରଲୀଧର ଜେନା ପ୍ରମୁଖ ଊପସ୍ଥିତ ଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ମା ସରସ୍ୱତୀଙ୍କ ପଂଟୋ ଚିତ୍ରରେ ଧୂପ ଓ ପୁଷ୍ପ ପ୍ରଦାନ କରିଥିଲେ ଓ ହୃଷିକେଶ ପଣ୍ଡା ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ