ଗୋପାଳଗାଁର ପରମ ବୈଷ୍ଣବୀ ମଙ୍ଗଳା ମନ୍ଦିରର ପ୍ରତିଷ୍ଠା

ବାଲେଶ୍ୱର, (ସରୋଜ ପଣ୍ଡା):ନବ ନିର୍ମିତ ଗୋପାଳଗାଁ ଗ୍ରାମଦେବୀ ମାଆ ପରମବୈଷ୍ଣବୀ ମାଆ ମଙ୍ଗଳାଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି । ପ୍ରଥମ ଦିନରେ ଅଙ୍କୁରାରୋପଣ, ବେଦୀ ଶୋଧନ, ଯଜ୍ଞାଧିବାସ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଘଣ୍ଟ ଘଣ୍ଟା, ଶଙ୍ଗଧ୍ୱନି ଓ ଭଜନ କୀର୍ତ୍ତନ ସହ ଶୋଭାଯାତ୍ରା ଯଜ୍ଞସ୍ଥଳରେ ପହଞ୍ଚିବା ପରେ ଘଟ ସ୍ଥାପନ ଏବଂ ଯଜ୍ଞକର୍ମ ଶୁଭାରମ୍ଭ ହୋଇଥିଲା । ସଂକଳ୍ପୀ ଭାବେ ସମାଜସେବୀ ଅରୁଣ କୁମାର ଚାଟାର୍ଜୀ ଓ ସହଧିର୍ମିଣୀ ଶୈଳବାଳା ଚାଟାର୍ଜୀ ଉପବେସନ ସହ ପ୍ରତିଷ୍ଠା କର୍ମକାଣ୍ଡକୁ ଆଗେଇ ନେଇଛନ୍ତି । ଦ୍ୱିତୀୟ ଦିବସ ଅର୍ଥାତ ବୁଧବାର ଘଟ ପ୍ରବେଶ, ସଂକଳ୍ପ, ନୈବେଦ୍ୟ ଆରତୀ ସହ ସଂଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି । ଆସନ୍ତାକାଲି ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରତିଷ୍ଠା ଉତ୍ସବ କମିଟି ସମ୍ପାଦକ ଚନ୍ଦନ କୁମାର ଜେନା ପ୍ରକାଶ କରିଛନ୍ତି । ମନ୍ଦିର ପୂଜକ ମଣିଭଦ୍ର ଦ୍ୱିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବ କର୍ମକାଣ୍ଡ ସମ୍ପାଦନରେ ଅନ୍ୟ ୫ ଜଣ ବ୍ରାହ୍ମଣ ସହଯୋଗ କରୁଛନ୍ତି । କମିଟିର ସଭାପତି ଖୀରୋଦ କୁମାର ମଲିକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦତ୍ତ, କୋଷାଧ୍ୟକ୍ଷ ସଂଗ୍ରାମ ମହାନ୍ତି, ସରୋଜ କୁମାର ପ୍ରଧାନ, ସମୀର ରଂଜନ ମହାନ୍ତି, ପର୍ଶୁରାମ ଜେନା, ମନୋଜ ପଣ୍ଡା ପ୍ରମୁଖ ଏହି ପ୍ରତିଷ୍ଠା ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ