କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ।ଚଳିତ ମାସ ୨୩ ଓ ୨୪ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଇ-ଆଡ଼ମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବାରୁ ବିଶ୍ଵବିଦ୍ୟାଳୟ କୁଳ ସଚିବଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜ ବି ନୂଆ ପଦ୍ଧତିରେ ହେବାକୁ ଥିବା ଇ-ଆଡ଼ମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ଏନେଇ ୮ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ବି ନୋଟିସ କଲା ଉଚ୍ଚ ଶିକ୍ଷା ବିଭାଗ । ଆସନ୍ତା ୨୯ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ