ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଆଦର୍ଶ ପୁଷ୍କରିଣୀ ଚତୁର୍ପାଶ୍ୱ ସଫେଇ କାର୍ଯ୍ୟକ୍ରମ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଅବସ୍ଥାପିତ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍ ମଉଲି ମୋହନ କୁମାର ଓ ଡେପୁଟି କମାଣ୍ଡାଣ୍ଟ୍ ଅଜିତ୍ ସି ବାବୁଙ୍କ ନେତୃତ୍ୱରେ ଜବାନ ମାନେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ଆଦର୍ଶ ପୁଷ୍କରିଣୀ ନିକଟରେ ପହଁଚି ସ୍ବେଛାକୃତ ଭାବେ ପୋଖରୀ ପରିସର ସଫେଇ କାର୍ଯ୍ୟ କରିଛନ୍ତି । ପୋଖରୀ ପରିସର ଅତ୍ୟନ୍ତ ଅପରିଷ୍କାର ହୋଇଥିବା ବେଳେ ଜବାନମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପୋଖରୀର ଶୋଭା ବଢ଼ାଇବା ସହ ଆବର୍ଜନା ମୁକ୍ତ କରିବା ପାଇଁ ସିଆରପିଏଫ୍ ପକ୍ଷରୁ ଏହି ଜନ ହିତକର କାର୍ଯ୍ୟକ୍ରମ କରାଯାଇଛି ବୋଲି ଡେପୁଟି କମାଣ୍ଡାଣ୍ଟ୍ ଅଜିତ୍ ସି ବାବୁ କହିଛନ୍ତି । ଆଗାମୀ ଦିନରେ ଏଭଳି ଜନ ହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦ୍ବିତୀୟ କମାଣ୍ଡାଣ୍ଟ୍ ମଉଲି ମୋହନ କୁମାର କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ