କଳାହାଣ୍ଡିରେ ବିନା ଲାଇସେନ୍ସରେ ଔଷଧ ଦୋକାନ ଚାଲିଛି
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲାରେ ଛତୁ ଫୁଟିଲା ଭଳି ଦିନକୁ ଦିନ ଔଷଧ ଦୋକାନ ଗଢି ଉଠୁଥିବାବେଳେ ବିନା ଲାଇସେନ୍ସରେ କେତେକ ଦୋକାନ ଚାଲିଥିବା ଜଣାପଡିଛି। ସେହିପରି ଅଧିକ ଅର୍ଥ ଲାଳସାରେ କିଛି ଦୋକାନୀ ନକଲିଔଷଧ,ଏକ୍ସପାଏରି ଔଷଧ ବିକ୍ରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ତେବେ ଏହାର ଯାଞ୍ଚ ଓ ତଦନ୍ତ ଦାୟିତ୍ଵ ଜିଲା ଡ୍ରଗ୍ଧ ଇନ୍ସପେକ୍ଟରର ରହିଥିବାବେଳେ ଗତ ୧ବର୍ଷରୁ ଉର୍ଦ୍ଧ ହେବ ଜିଲାରେ ସ୍ଥାୟୀ ଡ୍ରଗ୍ ଇନ୍ସପେକ୍ଟର ନାହାନ୍ତି। ଜୟପୁରରୁ ଡେପୁଟେସନରେ ଜଣେ ଇନ୍ସପେକ୍ଟର ବିଭିନ୍ନ ସମୟରେ ଆସି ଏହି ଦାୟିତ୍ଵ ତୁଲାଉଛନ୍ତି। ଫଳରେ ଜିଲାରେ ଠିକ ଭାବରେ ଔଷଧ ଦୋକାନଗୁଡିକର ଯାଞ୍ଚ ଓ ତଦନ୍ତହେଉ ନ ଥିବା ଜଣାପଡିଛି। ବୁଧବାରଏପରି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ମଲ୍ଟି ସ୍ପେଶାଲିଷ୍ଟ ହସପିଟାଲରେ। ଏଠାକାର ଔଷଧଦୋକାନରେ ତାପସ ମହାନ୍ତିନାମକ ଜଣେ ଯୁବକଙ୍କୁ ଏକ୍ସପାରୀଔଷଧ ଦେଇଥିବା ଅଭିଯୋଗ ଆଣିଛନ୍ତି। ଏହି ଔଷଧ ପାଇଁ ତାପସ ନିଜ ଫୋନ ପେ’ରେ ଦଶହ ଟଙ୍କା ଦେଇଥିବା ମଧ୍ୟ ଦେଖାଇଛନ୍ତି। ଘରକୁ ଆସିଲା ପରେ ତାପସ ଔଷଧର ଏକ୍ସପାରୀ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଡାକ୍ତରଖାନା ଔଷଧ ଦୋକାନକୁ ଯାଇ ଔଷଧ ଫେରେଇ ଆସିଥିଲେ। ଏ ନେଇ ମା ମାଣିକେଶ୍ଵରୀ ମଲ୍ଟି ସ୍ପେଶାଲିଷ୍ଟମା ମାଣିକେଶ୍ଵରୀ ମଲ୍ଟି ସ୍ପେଶାଲିଷ୍ଟ ହସପିଟାଲର ମାଳିକ ସନ୍ତୋଷ ଅଗ୍ରୱାଲଙ୍କୁ ପଚାରିବାରୁ ଏକ୍ସପାରୀ ଔଷଧ ତାଙ୍କୁ ଦିଆଯାଇଥିଲା।ହେଲେ ବିଲ କାଟିବା ପୂର୍ବରୁ ତାହାକୁବଦଳା ଯାଇ ଟଙ୍କା ଫେରସ୍ତ ଦିଆଯାଇଥିବା ପ୍ରକାଶ କରିଥିଲେ।ଭାରପ୍ରାପ୍ତ ଜିଲା ଟ୍ରଗ୍ଧ ଇନ୍ସପେକ୍ଟର ସି.କେ ଜେନାଙ୍କୁ ପଚାରିବାରୁ ଏହାରତଦନ୍ତ କରାଯିବ ବୋଲି କହିଥିଲେ ।


