୧୧ ଦଫା ଦାବି ନେଇ ଆନ୍ଦୋଳନ କୁ ଓଲ୍ଲାଇଲେ ପାଚିକା ସଂଘ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ପାଚିକା ସଂଘ ପକ୍ଷରୁ ୧୧ଦଫା ଦାବି ଗଣ ଶିକ୍ଷ୍ୟା ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପତ୍ର ପ୍ରଦାନ କରିଛନ୍ତି । ସ୍କୁଲ ମାନଙ୍କରେ ପାଚିକାମାନେ ନିଜ କର୍ତ୍ତବ୍ୟ କରି ଆସୁଥିବା ବେଳେ ସରକାର ସେମାନଙ୍କୁ ମାସିକ ମାତ୍ର ୧୪୦୦ଟଙ୍କା ପ୍ରଦାନ କରୁଛନ୍ତି। ତାସହିତ ସ୍କୁଲର ଛୁଟିଦିନ ମାନଙ୍କରେ ପାଚିକା ମାନଙ୍କୁ ଡକାଇ ବିଭିନ୍ନ କାମରେ ନିୟୋଜିତ କରାଯାଉଛି । ପାଚିକମାନେ ତାକୁନେଇ ଆଜି ରାଜ୍ୟ ଶିକ୍ଷା ମନ୍ତ୍ରୀ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ୧୧ଦଫା ଦାବି ପତ୍ର ପ୍ରଦାନଛନ୍ତି।ପାଚିକା ସଂଘ ର ରାଜ୍ୟ ସାଧାରଣ ସମ୍ପାଦିକା ଇଷାନୀ ଷଡ଼ଙ୍ଗୀଙ୍କ ନେତୃତ୍ୱ ରେ ଶତାଧିକ ପାଚିକା ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ ଲ ପ୍ରମୁଖ ଦାବି ମଧ୍ୟରେ ସମସ୍ତ ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା, ମାସିକ ୨୬୦୦୦ ସର୍ବନିମ୍ନ ମଜୁରୀ ଶ୍ରମ କୋଡ଼ ଉଛେଦ, ଅବସର ପାରେ ମାସିକ ୧୦,୦୦୦ ପେନସନ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦେଶ କ୍ରମେ ବକେୟା ୨୮ ମାସର ଦରମା ପ୍ରଦାନ,ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି ଅନ୍ତର୍ଭୁକ୍ତ ତୁରନ୍ତ ଦାବି ପୂରଣ ନହେଲେ ରାଜରାସ୍ତାକୁ ଓଲ୍ଲାଇବାକୁ ଚେତାବନୀ ଦେଇଛନ୍ତି ପାଚିକା ସଂଘ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ