ରଘୁନାଥଙ୍କୁ ସହଯୋଗର ହାତ ବଢ଼ାଇଲା ସାନଭି ସେବା ଟ୍ରଷ୍ଟ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ଆଡହୁରିଆ ଗ୍ରାମର ରଘୁନାଥ ଜେନା ନାମକ ଜଣ ବ୍ୟକ୍ତି ଗଛରୁ ପଡି ଗୁରୁତର ଆହତ ହୋଇଥିବାବେଳେ ଏବେ ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୁ ପରିବାର ଲୋକେ ସହାୟତା ପାଇଁ ନିବେଦନ କରିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ସାନ୍ଭି ସେବା ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶିବବ୍ରତ ପଣ୍ଡା, ତପନ କୁମାର ବଳ, ନିଶିକାନ୍ତ ରାଉତ, ଭାଗିରଥି ନାୟକ, ସନ୍ତୋଷ ପରିଡା, ଅଜୟ କୁମାର ଜେନା, ନବଘନ ପଢ଼ିଆରୀ ପ୍ରମୁଖ ।ଘୁନାଥଙ୍କ ଘରେ ପହଞ୍ଚି ତାଙ୍କ ଚିକିତ୍ସା ସମ୍ପର୍କରେ ପରିବାର ଲୋକଙ୍କ ପାଖରୁ ବୁଝାବୁଝି କରିବା ସହିତ ପରିବାର ଲୋକଙ୍କ ପାଇଁ ରେସନ ସାମଗ୍ରୀ ଯୋଗାଇ ଦେବା ସହିତ ଚିକିତ୍ସା ପାଇଁ ଆଥିକ ସହାୟତା କିଛି ଯୋଗାଇ ଦେଇଛନ୍ତି ।