ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ପଥରଗଦା ଗାଁ ନିକଟ ଏକ ପୋଖରୀ ଭିତରୁ ନିଖୋଜ ଲକ୍ଷ୍ମଣ ମୁଣ୍ଡାଙ୍କ ମୃତଦେହ ଉଦ୍ଧାର କଟାଯାଇଛି। ସୁନ୍ଦରାପାଳ ଗ୍ରାମର ୩୫ ବର୍ଷୀୟ ଲକ୍ଷ୍ମଣ ମୁଣ୍ଡା ଗତ ଶୁକ୍ରବାରରୁ ନିଖୋଜ ଥିଲେ। ପରିବାର ଲୋକେ ଅନେକ ଖୋଜା ଖୋଜି କରିଥିଲେ ବି ତାଙ୍କର ସନ୍ଧାନ ପାଇ ପାରି ନଥିଲେ। ଆଜି ସକାଳେ ନିକଟସ୍ଥ ପୋଖରୀରେ ଲକ୍ଷ୍ମଣଙ୍କ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଖବର ପାଇ ସୋସୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ହାଟଡିହି ଅଗ୍ନିଶମ ବାହିନୀ ସହଯୋଗରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତାରୁ ପୋଖରୀରେ ବୁଡି ଯାଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ