ଷଷ୍ଠ ଦିନରେ ବ୍ରାହ୍ମଣ ସୀତାପୁର ଠାକୁରାଣୀ ପର୍ବରେ ଜମିଲା ବିଭିନ୍ନ ବେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ୯ଦିନ ଧରି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି ଷଷ୍ଠ ଦିନରେ ବିରାଟ ଜନଗହଳି ଲାଗିଥିଲା । ଭିଷଣ ଗରମ ହେଉଥିଲେ ମଧ୍ୟ ମାନସିକ ଧାରୀ ଭକ୍ତମାନେ ବିଭିନ୍ନ ବେଶରେ ସଜାଇ ହୋଇ ଲୋକଙ୍କ ମନରଞ୍ଜନ କରୁଥିବା ଦେଖିବାକୁ ମିଳୁଥିଲା । ଦିନତମାମ ପ୍ରାୟ ୧୦/୧୧ ଟି ବେଶ ବାହାରିଥିଲେ ମଧ୍ଯ ନଦିଆନବଦ୍ବୀପ ଜଗନ୍ନାଥ ପ୍ରେମୀ ଭକ୍ତ ଓ ହବିଷାଳି ବୁଢୀ ଏବଂ ପୋଲିସ୍ ଚୋର ବେଶ ବଡ଼ ସୁନ୍ଦର ହୋଇଥିଲା । ସଂଧ୍ଯା ରେ ପାରଳାଖେମୁଣ୍ଡି ର ଭକ୍ତିସଂଗିତ ସଂସଦ ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଂଧ୍ଯା ରେ ତିନି ଠାକୁରାଣୀ ଗ୍ରାମ ପରିକ୍ରମା କରିବା ସମୟରେ ଭକ୍ତଙ୍କ ଜବରଦସ୍ତ ଭିଡ଼ ହୋଇପଡିଥିବା ବେଳେ ଯାତ୍ରା ପରିଚାଳନା କମିଟି ଓ ଗାଁର ଯୁବକଗୋଷ୍ଠୀ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରିଥିଲେ ।


