ବନ୍ତ ଜୁନିୟର କଲେଜରେ ବିଜ୍ଞାନ ଟପର ହେଲେ ଶୁଭସ୍ମୀତା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ପଞ୍ଚାୟତ ମଧୁରଗଡିଆ ଗ୍ରାମର ଶୁଭସ୍ମୀତା ଦାସ ବନ୍ତ ଜୁନିୟର କଲେଜର ଯୁକ୍ତ୨ ବିଜ୍ଞାନ ବିଭାଗରେ ଟପର ହୋଇଥିବା ଜଣାଯାଇଛି । ସେ ମୋଟ ୪୩୨ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସେ ମଧୁରଗଡିଆ ଗ୍ରାମର ଦେବେନ୍ଦ୍ରନାଥ ଦାସ ଓ ମେନକାରାଣୀ ଦାସଙ୍କ ସୁକନ୍ୟା ଅଟନ୍ତି । ତାଙ୍କର ଏହି ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଶୁଭସ୍ମୀତା ଭବିଷ୍ୟତରେ ଜଣେ ଶିକ୍ଷକ ହେବେ ବୋଲି ଲକ୍ଷ ରଖିଥିବା କହିଛନ୍ତି ।


