କଳିଙ୍ଗ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ଲୋଗୋ ଉଦ୍ଘାଟିତ
ଯାଜପୁର- ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଗୃପ ଅପଂ ଇନଷ୍ଟିଚ୍ୟୁସନ ର ଦଶ ବର୍ଷ ପୂର୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଂଟ୍ ଜାଭିୟର୍ସ ଇଂଟରନେସନାଲ ସ୍କୁଲ ପରିସରରେ ଗୃପର ଏକ ନୂତନ ଲୋଗୋ ଉଦ୍ଘାଟିତ ହୋଇଯାଇଛି । ଗୃପର ଅଧ୍ୟକ୍ଷ ଇଂ ଆଲୋକଜାଣ୍ଡାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଲୋଗୋର ଥିମ ରହିଛି ପରିବେଶ ସୁରକ୍ଷା । ସମଗ୍ର ବିଶ୍ୱରେ ପରିବେଶ ସନ୍ତୁଳନ ବିଗିଡିବାରେ ଲାଗିଥିବାରୁ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରିବାକୁ ନିଷ୍ପତି ନିଆଯାଇଛି । ଏଥିସହିତ ଯାଜପୁର ଜିଲାର ବିଭିନ୍ନ ପ୍ରତିଭାର ବିକାଶ ପାଇଁ ଗୃପ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ହେବାର କାର୍ୟ୍ୟକ୍ରମ ରହିଛି ବୋଲି ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।