ଅମଲା ମାନଙ୍କ ଆନେ୍ଦାଳନ ପରେ ସରକାରୀ କାର୍ଯ୍ୟାଳୟରେ ଅଚଳାବସ୍ଥା

ହାଟଡିହି, (ବିକାଶ ବିଶ୍ୱାଳ):ମିଳିତ ଅମଲା ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ୩୨ଯି ବିଭାଗର ଅମଲାମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନେ୍ଦାଳନ ଆଜି ଦିତ୍ୱୀୟ ଦିନରେ ପହଞ୍ଚିଥିବାବେଳେ ଦୁଇଦିନ ହେଲା ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅଚଳାବସ୍ଥା ଦେଖିବାକୁ ମିଳିଛି । କାର୍ଯ୍ୟାଳୟରେ ଅଧିକାରୀ ମାନେ ଉପସ୍ଥିତ ରହିଥିଲେବି ଅମଲା ନଥିବାରୁ ଅନେକ ଲୋକ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବାବେଳେ ନିରାଶରେ ଫେରୁଥିବା ଦେଖିବାକୁ ମିଳିଛି । ହାଟଡିହି ବ୍ଲକ, ହାଟଡିହି ତହସିଲ, ସବରେଜିଷ୍ଟର ଅଫିସ, ସବ ଟ୍ରେଜେରୀ, ଜଳସେଚନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଡାକ୍ତରଖାନା ସମେତ ସ୍କୁଲ କଲେଜରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ହାଟଡିହି ବ୍ଲକର ଶତାଧିକ ଅମଲା ଏହି ଆନେ୍ଦାଳନରେ ସାମିଲ ହୋଇଥିବା ଜଣାଯାଇଛି । ଆଜି ହାଟଡିହି ତହସିଲକୁ ବିଭିନ୍ନ କାମପାଇଁ ଯାଇଥିବା ଲୋକମାନେ କିରାଣୀ ନଥିବାରୁ ଫେରିବାକୁ ବାଧ୍ୟ ହୋଇଥିବାବେଳେ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଡାକ୍ତରଖାନାକୁ ଜନ୍ମ ମୃତୁ୍ୟ ସାଟିଫିକେଟ ଆଣିବାକୁ ଯାଇଥିବା ଅନେକ ଲୋକ ନିରାଶରେ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ