ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ଜିଲ୍ଲା ବାହାନଗା ମର୍ମନ୍ତୁଦ କରମଣ୍ଡଳ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ରକ୍ତର ଆବଶ୍ୟକତାକୁ ଉପଲବ୍ଧି କରି ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ତରଫରୁ କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶବିରରେ ବ୍ୟାଙ୍କିଙ୍ଗ ସର୍ଭିସ କ୍ରୋନିକିଲ୍ ଏକାଡ଼େମୀର ଛାତ୍ରଛାତ୍ରୀ, ଇଣ୍ଡିଗୋ ଏୟାରଲାଇନ୍ସ, ସରକାରୀ ଏଭିଏସନ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ ଏବଂ ୱାନ(ଜିରୋ) ଆର ଆଣ୍ଡ ଭି ଏସ୍୍କ୍ୟୁ ଆଣ୍ଡ ଏନ୍ସିିସିର କର୍ମଚାରୀମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଉକ୍ତ ରକ୍ତଦାନ ଶିବିରକୁ କ୍ଲବର ସଭାପତି ଶିଶିର ମହାପାତ୍ର, ସମ୍ପାଦକ ଦେବାଶିଷ ଖଣ୍ଡୁଆଳ, ଡିଷ୍ଟ୍ରିକ୍ଟ-୪ୱେର ଚେୟାରମ୍ୟାନ ଶୁଭକାନ୍ତ ସାମନ୍ତରସିଂହାର ପ୍ରମୁଖ ପରିଚାଳନା କରିଥିଲେ । ଏଥିସହିତ କ୍ଲବର ସଦସ୍ୟ ରୂପକ ମହାପାତ୍ର, ସାକ୍ୟସିଂ ଷଡ଼ଙ୍ଗୀ, ବିଜୟ ସାହୁ, ଆଦନାମ, ସୋନାଲି ରଥ, ଜୀବନ ରତନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସର୍ବମୋଟ ୧୦୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସଂଗୃହିତ ରକ୍ତକୁ ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଡ଼ାକ୍ତରଖାନାରେ ଚିକିିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଉଦେଶ୍ୟରେ ପଠାଯିବ ଏବଂ ଦୁର୍ଘଟଣାରେ ଓଡ଼ିଶାର କ୍ଷତିିଗ୍ରସ୍ତ ଆର୍ଥିକ ଦୁର୍ବଳ ପରିବାରଙ୍କୁ କ୍ଲବ ତରଫରୁ ଆଗାମୀ ଦିନରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କ୍ଲବ ତରଫରୁ ନିଷ୍ପତ୍ତି ନିଆଯାଇଛି ।


