ବଜ୍ରପାତରେ ପୋଡିଗଲା ତିନିବଖରା, ଗୋଟିଏ ପରିବାର ସର୍ବସ୍ୱାନ୍ତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବକଲକ ଢ଼େଙ୍କା ପଞ୍ଚାୟତ ଝଣଝଣା ଗ୍ରାମରେ ଗତକାଲି ସନ୍ଧ୍ୟାରେ ବଜ୍ରପାତ ଯୋଗୁଁ ୩ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହିତନଗଦ ଲକ୍ଷାଧିକ ଟଙ୍କା ସମେତ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ସମ୍ପତ୍ତି ଭଷ୍ମୀଭୁତ ହୋଇଯାଇଛି । କେବଳ ପରିବାର ଲୋକେ ପିନ୍ଧିଥିବା ବସ୍ତ୍ର ଖଣ୍ଡିକ ବ୍ୟତିତ ଅନ୍ୟ କିଛିବି ସାମଗ୍ରୀ ଉଦ୍ଧାର କରାଯାଇପାରି ନାହିଁ । ଖବରରୁ ଜଣାଯାଇଛି ଗ୍ରାମର ସନା ହୋଙ୍କ ପରିବାର ଲୋକେ ବାହାରକୁ କାମ କରିବାକୁ ଯାଇଥିଲେ । ଅପରାହ୍ନ ୫ଟାବେଳେ ବର୍ଷା ପବନ ସହିତ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ସେତେବେଳକୁ ସନା ଓ ତାଙ୍କ ପତ୍ନୀ ଦୁହେଁ କାମରୁ ଫେରି ନଥିଲେ । ସେମାନେ ଫେରିବା ବେଳକୁ ତାଙ୍କ ଘରଟି ସମ୍ପୁର୍ଣ୍ଣ ଜଳିସାରିଥିଲା । ଖବରପାଇ ହାଟଡିହି ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କ ଘରେଥିବା ନଗଦ ଲକ୍ଷେ ତିରିଶ ହଜାର ଟଙ୍କା, ଧାନ, ଚାଉଳ, ସୁନାରୁପା ଗହଣା, ଖଟ, ପଲଙ୍କ ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ବିପନ୍ନ ପରିବାଟି ଖୋଲା ଆକାଶ ତଳେ ପଡିରହିଥିବାବେଳେ ଆଜି ସକାଳେ ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀ, ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଚୁଡା, ଚିନି, ବିସ୍କୁଟ, ଚାଉଳ ଓ ଅନ୍ୟାନ୍ୟ ରେସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ବିପନ୍ନ ପରିବାରକୁ ତୁରନ୍ତ ବାସଗୃହ ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ