ବରିଷ୍ଠ ନାଗରିକଙ୍କୁ ଆକ୍ରମଣ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଚମାରତିରା ଗ୍ରାମରେ ଜଣେ ମଦ୍ୟପ ଯୁବକଙ୍କ ଆକ୍ରମଣରେ ଜଣେ ବରିଷ୍ଠ ନାଗରିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଚମାରତୀରା ଗ୍ରାମରେ ଶନିମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ନାମଯଜ୍ଞ ଚାଲିଥିବାବେଳେ ଜଣେ ମଦ୍ୟପ ଯୁବକ ପହଞ୍ଚି ନାମଯଜ୍ଞ ବନ୍ଦ କର, କିଏ କହିଲା ତୁମକୁ ହରିନାମ ଜପ କରିବାକୁ କହି ନାମସଙ୍କିର୍ତ୍ତନ କରୁଥିବା ବ୍ୟକ୍ତି ମାନଙ୍କୁ ଗାଳିଗୁଲଜ କରିଥିଲା । ଏହି ସମୟରେ ଗ୍ରାମର ବାବାଜି ଜେନା ନାମକ ଜଣେ ବରିଷ୍ଠ ନାଗରିକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କୁ ମାଡ ମରି ଖଣ୍ଡିଆ ଖାବରା କରିଥିଲା । ଗ୍ରାମବାସୀମାନେ ତୁରନ୍ତ ଉକ୍ତ ଯୁବକକୁ କାବୁକରି ଏକ ଘରେ ପୁରାଇ ଦେବା ସହିତ ବାବାଜି ଜେନାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସଂପୃକ୍ତ ଯୁବକ ଜଣକ ଏକ ବିଦ୍ୟାଳୟର ଶିକ୍ଷକ ଥିବା ଜଣାଯାଇଛି । ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ଏନେଇ ଥାନାରେ ସେ ଅଭିଯୋଗ କରିନଥିବା ବାବାଜି ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ