ଜିଲ୍ଲା ଅମଲାମାନଙ୍କ ଆନ୍ଦୋଳନକୁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଦୃଢ ସମର୍ଥନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲା ଦପ୍ତର ମାନଙ୍କରେ କାର୍ଯ୍ୟରତ ଅମଲା କର୍ମଚାରୀ ମାନଙ୍କୁ ସେମାନଙ୍କର ଦରମା, ଗ୍ରେଡ୍ ପେ ୪୨୦୦ ଟଙ୍କା ଏବଂ ବେତନ ହାର ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ବେତନ କମିଶନ ସଠିକ୍ ଭାବରେ ପ୍ରଦାନ କରିନାହାଁନ୍ତି । ତତ୍ସଙ୍ଗେ ସଙ୍ଗେ ସେମାନଙ୍କ ଚାକିରୀ ସର୍ତ୍ତାବଳୀ, ପଦୋନ୍ନତି ଗୁଡ଼ିକୁ ସଙ୍କୁଚିତ କରି ଜିଲ୍ଲାର କର୍ମଚାରୀମାନେ ଗୋଟିଏ ପଦବୀରେ କାର୍ଯ୍ୟରତ ଅବସ୍ଥାରେ ଅବସର ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ଓଡ଼ିଶା ସଚିବାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତର ମାନଙ୍କରେ ଅଳ୍ପ ସଂଖ୍ୟକ ପଦୋନ୍ନତି ଦିଆଯାଇଥିବା ବେଳେ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି । ରାଜ୍ୟ ସରକାର ଏ ସମ୍ପର୍କରେ ସେମାନଙ୍କର ଦାବୀଗୁଡ଼ିକୁ ବିଚାର କରିବା ନିମନ୍ତେ ଏକ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ସେମାନଙ୍କ ଦାବୀଗୁଡ଼ିକୁ ତୁରନ୍ତ ସମାଧାନ ପାଇଁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିିତି ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ନିକଟରେ ଦାବୀ କରୁଛି । କାରଣ ଜିଲ୍ଲା ଅମଲାମାନେ ଦୀର୍ଘବର୍ଷ ଧରି ସେମାନଙ୍କର ନ୍ୟାର୍ଯ୍ୟଦାବୀ ଗୁଡ଼ିକୁ ପାଇନାହାଁନ୍ତି । ଫଳରେ ଜିଲ୍ଲା ଦପ୍ତରମାନଙ୍କ କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ସେମାନଙ୍କର କାର୍ଯ୍ୟଧାରା ଅତ୍ୟନ୍ତ ପ୍ରଶଂସନୀୟ । ତତ୍ସଙ୍ଗେ ସଙ୍ଗେ ସେମାନଙ୍କର କର୍ତ୍ତବ୍ୟ ଜନିତ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଖରେ ପହଞ୍ôଚ ପାରିଛି ଓ ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇପାରିଛି । ଏଥିପାଇଁ ରାଜ୍ୟ ପ୍ରଶାସନ ସେମାନଙ୍କ ଦାବୀକୁ ତୁରନ୍ତ ପୂରଣ କରିବା ନିମନ୍ତେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଅଧ୍ୟକ୍ଷ ଶୁଭେନ୍ଦଦୁ ରାଉତରାୟ, ମହାସଚିବ ହୃଷୀକେଶ ମହାପାତ୍ର, ଉପାଧ୍ୟକ୍ଷ ଜ୍ୟୋତ୍ସ୍ନାମୟୀ ନାୟକ, ରାଜଗୋପାଳ ମହାପାତ୍ର ପ୍ରଦୀପ କୁମାର ପ୍ରହରାଜ, ରାଜେନ୍ଦ୍ର ମେହେର, ଜୋନାଲ ସମ୍ପାଦକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଗୌତମୀ ଦେବୀଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କ ତରଫରୁ ଆନ୍ଦୋଳନକୁ ସମର୍ଥନ କରାଯାଇଛି ।