ଜିଲ୍ଳାସ୍ତରୀୟ ବିଶ୍ଵ ପରିବେଶ ଦିବସ ୭ ଜଣ ଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ନିମାପଡ଼ା, (ସନ୍ତୋଷ ଦାଶ):ଏକଲକ୍ଷ ବୃକ୍ଷରୋପଣ ପାଇଁ ୨୦୧୮ରେ ନାଲକୋ ପୁରସ୍କାର,୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟ ପୁରସ୍କାର,୨୦୨୧ରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଠାରୁ କୋଣାର୍କ ସମ୍ମାନ,୨୦୨୨ରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଠାରୁ ଗଛମଣିଷ ସମ୍ମାନ ପାଇଥିବା ବଦ୍ରି ମିଶ୍ର ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସର ରେ ପାଇଛନ୍ତି “ପ୍ରକୃତିବନ୍ଧୁ” ପୁରସ୍କାର। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ରାଇବରୁଆଁ ଠାରେ ବନବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ଶ୍ରୀ ମିଶ୍ରଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ, ଆରତୀ ନାୟକ, ସରସ୍ବତୀ ସ୍ବାଇଁ,ଡିଏଫଓ ରାମସ୍ବାମୀ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ମିଶ୍ରଙ୍କ ସମେତ ନିମାପଡ଼ା ବ୍ଲକ ରୁ ସୋମନାଥ ଦାଶ, ଅସ୍ତରଙ୍ଗ ବ୍ଲକ ରୁ ବିଜୟ ଭଟ୍ଟ, ଗୋପ ବ୍ଲକ ରୁ ସୁବାସ ପ୍ରଧାନ, କାକଟପୁର ବ୍ଲକ ରୁ ରବିନ୍ଦ୍ର ସ୍ବାଇଁ, କୃଷ୍ଣପ୍ରସାଦ ବ୍ଲକ ରୁ କାଶୀନାଥ ନାୟକ , ସତ୍ୟବାଦୀ ବ୍ଳକ ରୁ ଗୋବିନ୍ଦ ପ୍ରଧାନ ଙ୍କୁ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହିତ ବନ ବିଭାଗ ପକ୍ଷରୁ ରାଇବେରୁଆଁ ମୁହାଁଣ ରେ ରାଇ,ବହ୍ନି, କେରୁଆଁ ପ୍ରଭୃତି ହେନ୍ତାଳ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସହକାରୀ ବନ ସଂରକ୍ଷକ ଉତ୍ତମ କୁମାର ଗଡ ନାୟକ, ରେଞ୍ଜର ବେଣୁଧର ବେହେରା, ଚନ୍ଦ୍ର ଶେଖର ସାହୁ, ଆର. ସି .ଜାନି , ବନପାଳ ବିରଜା ମହାପାତ୍ର, ସବୀର ସାହୁ ଙ୍କ ସମେତ ଅସ୍ତରଙ୍ଗ ବନାଞ୍ଚଳ ର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ