କନ୍ଧମାଳରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞୁଗୁଡା ଗ୍ରାମପଞ୍ଚାୟତରେ ଜିଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ତରଫରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ‌ଅନୁଶିଳା ରୟ ଏବଂ ଜିଲା ଆଇନ ସହାୟତା ପ୍ରତିରକ୍ଷା ପରାମର୍ଶ ଦାତା ଜୟନ୍ତୀ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ସୀମା ଅଗ୍ରୱାଲା ଶ୍ରମ ବିଭାଗର ଆସିଷ୍ଟାଣ୍ଟ ଅଫିସର, ଗଞ୍ଜୁଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ଆଲୋକ କହଁର, ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶେଷଦେଵ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଵକ୍ତାମାନେ ଶିଶୁ ଶ୍ରମିକ ନିରୋଧ ଆଇନ ଉପରେ ଆଲୋକପାତ କରିଥିଲେ।ଜୟନ୍ତୀ ପାଣିଗ୍ରାହୀ ଲୋକମାନଙ୍କୁ ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଶ୍ରମ ବିଭାଗର ଅଧିକାରୀ ଲୋକ ମାନଙ୍କୁ ଲେବର କାର୍ଡ ଓ ତତ୍ ସଂଲଗ୍ନ ସମସ୍ତ ବିଷୟ ଗୁଡ଼ିକୁ ଲୋକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ଏବଂ ଜିଲା ଆଇନ ସେବା ପ୍ରାଧିକରଣ ବିଷୟରେ ମଧ୍ୟ ଲୋକମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ସଂଖ୍ୟାରେ ଲୋକ ମାନେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ