ସାମ୍ବାଦିକ’ଙ୍କ ମାତୃ ବିୟୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଶାସକ ପ୍ରଶାସକ ଖବର କାଗଜ’ର ଜିଲ୍ଲା ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ’ଙ୍କ ମାଆ ଶାନ୍ତିଲତା ପାଣିଗ୍ରାହୀ’ଙ୍କ ୭୦ ବର୍ଷ ବୟସ’ରେ ବିୟୋଗ ହୋଇଛି ।ଗତ ସୋମବାର ଦିନ ମଧ୍ୟାହ୍ନ ସମୟରେ ତାଙ୍କର ହଠାତ୍ ଛାତି ଯନ୍ତ୍ରଣା ହୋଇଥିଲା ।ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପଡୋଶୀ ଆନ୍ଧ୍ର’ର ଶ୍ରୀକାକୁଲମ ସ୍ଥିତ ରାଘୁବୁଲୁ ହସପିଟାଲ’ରେ ଭର୍ତ୍ତି କରା ଯାଇଥିଲା ।ଚିକିତ୍ସାଧୀନ ଅବସ୍ଥା’ରେ ମାତା ଶାନ୍ତିଲତା’ଙ୍କ ବିୟୋଗ ହୋଇଥିଲା ।ପରେ ତାଙ୍କ ମର ଶରୀର’କୁ ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ନିଜ ବାସଭବନ’କୁ ଅଣା ଯାଇଥିଲା ।ମାତା ସ୍ୱର୍ଗତା ଶାନ୍ତିଲତା ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ ।ମୃତ୍ୟୁ ସମୟ ବେଳେ ତାଙ୍କ ପାଖରେ ଏକମାତ୍ର ପୁତ୍ର ବାଳକୃଷ୍ଣ’ଙ୍କ ସମେତ ଦୁଇ ଝିଅ ସ୍ନେହଲତା ଓ ସ୍ଵର୍ଣ୍ଣଲତା , ସାନଜୁଇଁ ଯୁଧିଷ୍ଟିର ଏବଂ ଦୁଇ ନାତୁଣୀ ଖୁସି ଓ ପୁନମ ପ୍ରମୁଖ ଉପସ୍ଥିତ ଥିଲେ ।ମାତା ସ୍ୱର୍ଗତା ଶାନ୍ତିଲତା’ଙ୍କ ମର ଶରୀର’କୁ ଶୋକାକୁଳ ପରିବେଶ ମଧ୍ୟରେ ନିଜ ବାସଭବନ’ରୁ ମୁକ୍ତି ରଥ ଯୋଗେ ଶତାଧିକ ଲୋକଙ୍କ ସଙ୍ଗରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ’ରେ ଥିବା କିମେଡି ବ୍ରିଜ ନିକଟକୁ ନିଆଯାଇ ସେଠାରେ ଥିବା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରା ଯାଇଥିଲା ।ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ମାତା’ଙ୍କ ମୃତ୍ୟୁରେ ଜିଲ୍ଲା ଏସୟୁଜେ: ର ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଓ ସଂପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା’ଙ୍କ ସମେତ ବରିଷ୍ଠ ସାମ୍ବାଦିକ ଶ୍ରୀ କୃଷ୍ଣ କୁମାର ବେହେରା , ଶ୍ରୀ ରଶ୍ମି ରଞ୍ଜନ ମିଶ୍ର(ପପ୍ପୁ) , ଶ୍ରୀ ଗଣେଶ କୁମାର ରାଜୁ , ଶ୍ରୀ ଆଲୋକ ବୋଷ , ଶ୍ରୀ ଶିଶିର ଗୌଡ଼ , ଶ୍ରୀ ବିବେକା ନନ୍ଦ ବେହେରା , ଶ୍ରୀ ବୀର ପଟନାୟକ , ପିଣ୍ଟୁ ପାଟଯୋଷି , ସରୋଜ ପାଣିଗ୍ରାହୀ , ନରସିଂହ(କୁନା) ପଟନାୟକ , ଶ୍ରୀ ବାଦଲ ବର୍ଦ୍ଧନ , ଶ୍ରୀ ଆମୋଦ ବର୍ଦ୍ଧନ , ଶ୍ରୀ ଈଶ୍ୱର ବିଶୋଇ ଶ୍ରୀ ରାଜେଶ ପଟନାୟକ , ବାପି ପଣ୍ଡା , ପ୍ରେମା ପଣ୍ଡା ଏବଂ ବହୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସାମ୍ବାଦିକ ମାନେ ନିଜର ଶୋକ ବ୍ୟକ୍ତରେ ଅମର ଆତ୍ମା ପ୍ରତି ସଦଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ