ତ୍ରୁଟିପୂର୍ଣ ରାସ୍ତା ନିର୍ମାଣ ଯୋଗୁଁ ୩ କିମି ରାସ୍ତାକୁ ୧୧ କିମି ଆନ୍ଧ୍ର ରାସ୍ତା ଦେଇ ଯିବାକୁ ପଡୁଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ତ୍ରୁଟିପୂର୍ଣ ଡ୍ରାଇଭସନ ରାସ୍ତା ନିର୍ମାଣ ଯୋଗୁଁ ୩ ହଜାରରୁ ଉର୍ଦ୍ଧ ଲୋକ ୩ କିମି ରାସ୍ତାକୁ ଲୋକେ ଆନ୍ଧ୍ର ଦେଇ ୧୧ କିମି ଦେଇ ଯିବାକୁ ପଡୁଛି. ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି. ଅତି ତୁରନ୍ତ ଏହାର ସମାଧାନ କରା ନ ଗଲେ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ କେରାଣ୍ଡି-ଡାଳିମ୍ବପୁର ରାସ୍ତାରେ ଏଥିବା ଏକ ବଡନାଳ ଉପରେ ବ୍ରିଜ୍ ନିର୍ମାଣ ଲାଗି କାମ ଆରମ୍ଭ ହୋଇଛି । ହେଲେ ଏହା ବ୍ୟାପକ ଅନିୟମିତତା ଓ ତ୍ରୁଟିରେ ଆରମ୍ଭ କରାଯାଇଥିବାର ଅଭିଯୋଗ ହୋଇଛି. ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ଲାଗି ଆରମ୍ଭ କରାଯାଇଥିବା ଏହି ବ୍ରିଜଟି ନିର୍ମାଣ ଲାଗି ପୁରୁଣା ବ୍ରିଜଟିକୁ ଖନନ କରାଯାଇଛି । ପ୍ରକାଶ ଯେ, ଉକ୍ତ ନାଳର ବ୍ରିଜ ଉପରେ ଡାଳିମ୍ବପୁର, ଅମରା ଏବଂ ରାଟିଣିି ଗ୍ରାମାଞ୍ଚଳର ପ୍ରାୟ ୩ହଜାରରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରିଥାନ୍ତି । ଏହି ରସ୍ତାଟି ୩ ଗ୍ରାମର ଲୋକଙ୍କ ପାଇଁ ଜୀବନରେଖା. ଏହି ଗ୍ରାମାଞ୍ଚଳର ଜନସାଧାରଣ ମୁଖ୍ୟତଃ ପାରଳାଖେମୁଣ୍ଡି ସହର ଉପରେ ନିର୍ଭର କରିଥାନ୍ତି । କାମ ଆରମ୍ଭ ପୂର୍ବରୁ ତ୍ରୁଟି ଓ ଅନିୟମିତତା ଦେଖାଦେଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ପ୍ରକାରେ ଏହି ବ୍ରିଜ ନିର୍ମାଣ ଲାଗି ଗତ ଫେବୃୟାରୀରେ କାମ ଆରମ୍ଭ ଲାଗି ଚୁକ୍ତିନାମା ହୋଇଥିଲା । ହେଲେ ବର୍ତ୍ତମାନ ବର୍ଷା ଦିନ ଆସିବାକୁ ଯାଉଛି. ଏଭଳି ସମୟରେ ପୁରାତନ ବ୍ରିଜକୁ ଖନନ କରାଯାଇ ଲୋକେ ଯିବା ଆସିବା ପାଇଁ ଏକ ଡ୍ରାଇଭ୍ରସନ ରାସ୍ତା ନିର୍ମାଣ କରାଯାଇଛି. ଯାହାକି ଲୋକଙ୍କ ପାଇଁ ବିପଦପୂର୍ଣ ପାଲଟିଛି. ଗ୍ରାମ୍ୟ ଉନ୍ନୟନ ବିଭାଗର ତ୍ରୁଟି ଯୋଗୁଁ ଡ୍ରାଇଭ୍ରସନ ରାସ୍ତାଟି ଚାଷ ଜମିର କାଦୁଆ ମାଟିରେ ନିର୍ମାଣ କରାଯାଇଛି. ବର୍ତ୍ତମାନ କାଳ ବୈଶାଖୀ ଯୋଗୁଁ କିଛି ପରିମାଣରେ ବର୍ଷା ହେଉଛି. ଯଦ୍ୱାରା କାଦୁଆ ମାଟିରେ ଲୋକେ ଯିବା ଆସିବା ବେଳେ ଗୋଡ଼ ଖସି ରାସ୍ତା ଉପରୁ ୧୫ ଫୁଟ ତଳକୁ ଖସି ପଡି ଖଣ୍ଡିଆ ଖାବରା ହେବା ସହ ଆହତ ହେଉଛନ୍ତି. ତେଣୁ ଲୋକେ ଭୟରେ ଏହି ବିପଦ ପୂର୍ଣ ରାସ୍ତା ଦେଇ ଯିବା ଆସିବା ନ କରିବା ପ୍ରତିବାଦରେ ୩ କିମି ରାସ୍ତାକୁ ଆନ୍ଧ୍ର ଦେଇ ୧୧ କିମି ଦୂର ରାସ୍ତାରେ ଯିବା ଆସିବା କରୁଛନ୍ତି. ଏହା ସହ ଏଥିଲାଗି କୌଣସି ସୂଚନା ଫଳକ ଲଗାଯାଇନାହିିଁ । ଫଳରେ କାର୍ୟ୍ୟ ଆରମ୍ଭ, କାର୍ୟ୍ୟ ଶେଷ, ଅଟକଳ ମୂଲ୍ୟ ଆଦି ଜଣାପଡୁନାହିଁ । ଏହି ରାସ୍ତା ପାଇଁ କରାଯାଇଥିବା ଡାଇଭର୍ସନରେ ବ୍ୟାପକ ତୃଟି ପରିଲିକ୍ଷିତ ହୋଇଛି । ଯେଉଁ ଡାଇଭର୍ସନ କରାଯାଇଛି ସେଥିରେ ଦୁଇ ଚକିଆ ଯାନବାହାନ ଯିବା ମୁସ୍କିଲ ହୋଇପଡୁଛି । ଏଭଳି ସ୍ଥଳେ ଲୋକେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯିବାର ଦୂରର କଥା ଆଟୋ ରିକ୍ସା ମଧ୍ୟ ଯାତାୟତ କରିବା ସମ୍ଭବ ନାହିଁ । ଯଦି ଏହା ପାରଳା ସହରର ଅତି ନିକଟତର ହୋଇଥିଲେ ହେଁ ଏପରି ତ୍ରୁଟିପୂର୍ଣ ଡାଇଭର୍ସନ କାର୍ୟ୍ୟ ଯୋଗୁଁ ଲୋକେ ଆନ୍ଧ୍ର ଦେଇ ୧୧ କିମି ଦୂରତା ଦେଇ ଯିବା ଆସିବାକୁ ପଡୁଛି ବୋଲି ଅଞ୍ଚଳବାସୀ କହିଛନ୍ତି. ବର୍ତ୍ତମାନ ଭୀଷଣ ବର୍ଷା ହେଲେ ରାସ୍ତାଟି ଭାସିଯିବାର ସମ୍ଭାବନା ଦେଖାଦେଇଛି । କାରଣ ଡାଇଭର୍ସନ ରାସ୍ତା ତଳେ ଅତି ଛୋଟ ନାଳ ପାଇପ ବସାଯାଇଛି । ଯଦି ବର୍ଷା ପାଣି ଅଧିକା ଆସେ ତାହେଲେ ଜଳ ନିଷ୍କାନ ହେବା କଷ୍ଟକର ହୋଇପଡିବାର ଆକଳନ କରାଯାଇଛି । ଏସବୁ ପରିସ୍ଥିତିକୁ ଦେଖିଲେ ବର୍ଷା ହେଲେ ଓଡିଶା ରାସ୍ତା ଦେଇ ଯିବା ଅସମ୍ଭବ ବୋଲି କହିଛନ୍ତି ଅଞ୍ଚଳବାସୀ । ଅନ୍ୟପକ୍ଷରେ ଆନ୍ଧ୍ର ଦେଇ ଯିବାକୁ ହେଲେ ଅଧିକା ଖର୍ଚ୍ଚାନ୍ତ ସହ ସମୟ ଅପଚୟ ଆଦି ସମସ୍ୟା ରହିଛି । ଏନେଇ ସ୍ଥାନୀୟ ସମିତି ସଭ୍ୟ ଧର୍ମା ରାଓ କହିଛନ୍ତି ଯେ, ୩ଗୋଟି ଗ୍ରାମାଞ୍ଚଳର ଲୋକେଙ୍କୁ ନେଇ ବୈଠକ କରାଯାଇ ଭଙ୍ଗାଯିବା କଥା । ଫେବୃୟାରୀ ମାସରେ ଏଗ୍ରିମେଣ୍ଟ ହୋଇଥିବା ବେଳେ ବର୍ଷା ଦିନ କାହିଁକି ଭଙ୍ଗା ଗଲା । ଏହା ସମ୍ପୂର୍ଣ୍ଣ କେବେ ହେବ ସେ ନେଇ କହି ହେଉନଥିବା ବେଳେ ନିଶ୍ଚିତ ଲୋକେ ଯାତାୟତରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଅସୁବିଧା ଭୋଗୁଛନ୍ତି. ଗ୍ରାମ୍ୟ ଉନ୍ନ୍ନୟନ ବିଭାଗର ତୁଟିପୂର୍ଣ ଏହି ରାସ୍ତା ନିର୍ମାଣ ଓ ଲୋକଙ୍କ ବିପଦର କାରଣ ସାଜିଥିବା ରାସ୍ତାରେ ଲୋକେ କିଭଳି ସୁବିଧାରେ ଯିବା ଆସିବା କରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉ. ସେହିପରି ସେହି ଅଞ୍ଚଳର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ସୁନୀଲ ମହାପାତ୍ର କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅପରିପ୍ୱକତା ଓ ତ୍ରୁଟି ପୂର୍ଣ ଡ୍ରାଇଭସନ ନିର୍ମାଣ ୩ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି. ଲୋକେ ୩ କିମି ରାସ୍ତାକୁ ଆନ୍ଧ୍ର ଦେଇ ୧୧ କିମି ଅତିକ୍ରମ କରି ଯିବାକୁ ପଡୁଛି. ଏହି ଅଞ୍ଚଳରେ ଦୈନିକ ୧୦୦ ରୁ ଉର୍ଦ୍ଧ ଶ୍ରମିକ ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଭାବେ ଶ୍ରମ ଭିତ୍ତିକ କାମରେ ନିୟୋଜିତ ହୋଇଛନ୍ତି. ବର୍ଷା ଋତୁ ଆସୁଥିବାରୁ ବର୍ଷା ହେଲେ ଏ କାଦୁଅ ପୂର୍ଣ ରାସ୍ତାରେ ପାଦ ଚଲା ରାସ୍ତାରେ ଯିବା ଅସମ୍ଭବ. ଆନ୍ଧ୍ର ଦେଇ ୧୧ କିମି ରାସ୍ତା ଅତିକ୍ରମ କରି ପାରଳାଖେମୁଣ୍ଡି ସହରକୁ ପାଦ ଚାଲରେ ଯିବା ସମୟ ସାପେକ୍ଷ ହୋଇପାରିବନାହିଁ. ଶ୍ରମିକମାନେ ଶ୍ରମ ଭିତ୍ତିକ କାମ ପାଇପାରିବେ ନାହିଁ. ସମୂହ ଲୋକଙ୍କ ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାଟିକୁ ଏହି ଅଞ୍ଚଳରେ ଥିବା ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ତ୍ରୁଟିପୂର୍ଣ ଡ୍ରାଇଭସନ ରାସ୍ତା ସମସ୍ୟାର ସମାଧାନ କରନ୍ତୁ.


