ତୁଷାର ଚାରିଟେବୁଲ୍ ଟ୍ରଷ୍ଟର ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ତୁଷାର ଚାରିଟେବୁଲ୍ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ଦ୍ୱିତୀୟ ତୁଷରଶ୍ରୀ ଯାତ୍ରା କଳାକାର ସମ୍ମାନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଉଦ୍‌ଘାଟକ ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ, ପ୍ରଫୁଲ୍ଲ ସାମଲ, ରାଜୀବ ଶେଖର ସାହୁ, ଜଗନ୍ନାଥ ପ୍ରଧାନ, ତାରିଣୀ ମହାନ୍ତି, କେଦାର ପଟ୍ଟନାୟକ, ଅଜିତ୍ ପ୍ରସାଦ ସାହୁ, ଅମରେଶ ଜେନା, ସୁରେଶ କୁମାର ଜେନା, ତୁଷାର ଚାରିଟେବୁଲ୍ ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା, ମୁଖ୍ୟ ଉପଦେଷ୍ଟା ଶିବିର କୁମାର ପରିଡ଼ା, ପ୍ରଶାନ୍ତ ମହାନ୍ତି, ସମ୍ପାଦକ ବିବେକାନନ୍ଦ ବାରିକ ପ୍ରମୁଖ ଯାତ୍ରା କଳାକାରମାନଙ୍କୁ ପ୍ରୋତ୍ସାହନ ଦେବାଲାଗି ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ସୂଚନା ଦେଇଥିଲେ । ଆଜିର ଏହି ଉତ୍ସବରେ ସ୍ୱର୍ଣ୍ଣମହଲ ଯାତ୍ରା ପାର୍ଟିର କବିରାଜ ସ୍ୱାଇଁଙ୍କୁ ଶ୍ରେଷ୍ଠ ପ୍ରଯୋଜକ, ଅଜୟ ନାୟକଙ୍କୁ ଶ୍ରେଷ୍ଠ ନାୟକ, ରୀନା ପଣ୍ଡାଙ୍କୁ ଶ୍ରେଷ୍ଠ ନାୟିକା, ସୁକାନ୍ତୀ ପାଢ଼ୀଙ୍କୁ ଶ୍ରେଷ୍ଠ ଖଳନାୟିକା, ତାପସ ସାହୁଙ୍କୁ ଶ୍ରେଷ୍ଠ ଖଳନାୟକ, ଆକାଶ ନନ୍ଦଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା, ସୁମିତ୍ରା ଦେହୁରୀଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ, ଅଜିତ ଦଳେଇଙ୍କୁ ଶ୍ରେଷ୍ଠ ବାପା, ଗୌର ପାଢ଼ୀଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ, ସୁଦର୍ଶନ ଓ ବେବିନାଙ୍କୁ ଶ୍ରେଷ୍ଠ ଖଳନାୟକ ଯୋଡ଼ି, ଅଧିରାଜ ସାହୁଙ୍କୁ ଉଦୀୟମାନ ନାୟକ, ପଙ୍କଜ ନାଥଙ୍କୁ ନବାଗତ ନାୟକ, ସାଲୋନୀ ଦାସଙ୍କୁ ନବାଗତ ନାୟିକା, ପ୍ରଭାକାର ସାହୁଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା, ଶୁଭାଶିଷ ଓ ହରପ୍ରିୟାଙ୍କୁ ଶ୍ରେଷ୍ଠ ଯୋଡ଼ି, ଶ୍ୱେତ କୁମାର ରଥଙ୍କୁ ଶ୍ରେଷ୍ଠ ଗାୟକ, ମିଟୁ ଓ ନମିତାଙ୍କୁ ଶ୍ରେଷ୍ଠ ଗାୟକ-ଗାୟିକା ଯୋଡ଼ି, ଅଭିମନ୍ୟୁ ରାଉତଙ୍କୁ ଶ୍ରେଷ୍ଠ ଉପସ୍ଥାପକ, ମାମୁନି କରଙ୍କୁ ଶ୍ରେଷ୍ଠ ଉପସ୍ଥାପିକା, ଅଭି ଓ ରୂପାଙ୍କୁ ଶ୍ରେଷ୍ଠ ମଞ୍ଚ ଉପସ୍ଥାପକ ଯୋଡ଼ି, ବାପି ପଣ୍ଡାଙ୍କୁ ଶ୍ରେଷ୍ଠ ଯୁବ ହାସ୍ୟ ଅଭିନେତା, ଅମୃତାଂଶୁ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବିକ୍ରମ କେଶରୀ ନାୟକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଦୀପକ ଜେନାଙ୍କୁ ଶ୍ରେଷ୍ଠ ଲେଖକ, ନିଗମ ମିଶ୍ରଙ୍କୁ ଶ୍ରେଷ୍ଠ ଗୀତିକାର, \”ଆଖି ତୋର, ଲୁହ ମୋର\’ (ଶିବାନୀ ଗଣନାଟ୍ୟ) ନାଟକକୁ ଶ୍ରେଷ୍ଠ ନାଟକ, ବାସୁଦେବ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ୍ୱ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ସଂଗ୍ରାମ ଜେନା, ରାକେଶ ସେଠୀ, ବିଜୟ ବେହେରା, ପ୍ରଭାତୀ ବାରିକ, ବିଶ୍ୱରଞ୍ଜନ ନାୟକ, କୁନା, ଅଜୁ, ମାଧବ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ