ପ୍ରଜପିତା ବ୍ରହ୍ମାକୁମାରୀସ୍ ଗୋପାଳପୁର ତରଫରୁ ଏକ ଦ୍ଵିଦିବସୀୟ ଅନ୍ତର୍ଜାତିୟ ଯୋଗଦିବସ ପାଳିତ ହୋଇଯାଇଛି
ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମାକୁମାରୀସ୍ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳସଚିବ ପ୍ରଫେସର ଭ୍ରାତା ସଚ୍ଚିଦା ନନ୍ଦ ନାୟକ ତଥା ଚେୟାରମ୍ୟାନ ପିଜି କାଉନସିଲ୍ ପ୍ରଫେସର୍ ସୁଶାନ୍ତ କୁମାର ବରାଳ ଏବଂ ଭ୍ରାତା ଏ ରାମବାବୁ ଟାଟା ଷ୍ଟିଲ ମୁଖ୍ୟ F A P ଗୋପାଳପୁର ଆଦି ବରିଷ୍ଠ ଅତିଥି ରୂପେ ଯୋଗଦେଇ ଯୋଗଦିବସର ମହତ୍ତ୍ଵ ଏବଂ ଶୋଭା ବର୍ଦ୍ଧନ କରିଥିଲେ ।ବରିଷ୍ଠ ଅଥିତି ଭ୍ରାତା ସଚ୍ଚିଦା ନନ୍ଦ ନାୟକ ନିଜର ଶୁଭ ମନ୍ତବ୍ୟ ପ୍ରଦାନ ପୁର୍ବକ କହିଥିଲେ ଯେ ବ୍ରହ୍ମା କୁମାରୀସ୍ ବିଶ୍ଵବିଦ୍ୟାଳୟ ଭଞ୍ଜବିହାର ଶାଖା ସଦା ସର୍ବଦା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମୂଲ୍ୟ ନିଷ୍ଠ ସେ ମିନାର ଆଦି ଆୟୋଜନ କରି ସେମାନଙ୍କ ଜୀବନକୁ ଶୃଙ୍ଖଳିତ ଏବଂ ସଫଳ କରୁଅଛି, ଏହି କାର୍ଯ୍ୟ କ୍ରମକୁ ତ୍ୱରା ନ୍ୱିତ କରିବାକୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ।ଅନ୍ୟତମ ବରିଷ୍ଠ ଅତିଥି ପ୍ରଫେସର ସୁଶାନ୍ତ କୁମାର ବରାଳ ରାଜଯୋଗର ମହତ୍ତ୍ଵ ପୂର୍ବକ କହିଥିଲେ ଯେ ରାଜଯୋଗ ମାଧ୍ୟମରେ ଏବଂ ଶ୍ରେଷ୍ଠ , ଶାନ୍ତ, ସ୍ନେହୀ, ସହଯୋ ଗୀ ଏବଂ ନିରୋଗୀ ମାନବ ସମାଜ ଗଠନ ସମ୍ଭବ ।ଭ୍ରାତା ଏ ରାମବାବୁ ସର୍ବାଙ୍ଗୀନ ସ୍ବାସ୍ଥ୍ୟ ଏବଂ ଦୈବୀ ଗୁଣ ଧାରଣ କରିବା ସକାଶେ ରାଜଯୋଗର ନିୟମିତ ଅଭ୍ୟାସ କରିବା ଦରକା ର । ମୁଖ୍ୟ ବକ୍ତା ରାଜଯୋଗ ଶିକ୍ଷିକା ଭଗ୍ନୀ ବ୍ରହ୍ମା କୁମାରୀ ସଙ୍ଘମିତ୍ରା ରାଜଯୋଗ ତଥା ମୁଭିଙ୍ଗ ମେଡ଼ିଟେସନ ଅଭ୍ୟାସ କରାଇଥିଲେ ଏବଂ ରାଜଯୋଗର ଅର୍ଥ ସ୍ପଷ୍ଟ କରିବା ପୂର୍ବକ କହିଥିଲେ ଯେ ନିଜର ମନ ବୁଦ୍ଧିକୁ ବାହ୍ୟ ଜଗତରୁ ହଟାଇ ନିଜର ଅନ୍ତର ଆତ୍ମାର ଗଭୀରତା କୁ ଯାଇ ଆତ୍ମାର ଗୁଣ ଶକ୍ତିର ଅନୁଭବ କରିବା ଏବଂ ପରମାତ୍ମା ପର୍ଯ୍ୟନ୍ତ ମନ ବୁଦ୍ଧିକୁ ନେଇ ପରମାତ୍ମ ସମାନ ଗୁଣବା ନ, କଲ୍ୟାଣକାରୀ ହେବା ହିଁ ରାଜଯୋଗ ଅଟେ ।ଗୋପାଳପୁର ଆକ୍ୟାନିସ୍ କଲେଜରେ ମଧ୍ୟ ବ୍ରହ୍ମାକୁମାରୀସ୍ ତରଫରୁ ରାଜଯୋଗ ,ମୁଭିଂଗ ମେଡିଟେସନ ଶିକ୍ଷା ଦିଆଯାଇଥିଲା । ଫଦେର ପ୍ରତା ପ; ପ୍ରିନସିପାଲ ସମେତ ୬୦ ଜଣ ଭାଗ ନେଇଥିଲେ । ଗଞ୍ଜାମ ଆଇନ କଲେଜେର ଅଧ୍ୟାପକ ଭ୍ରାତା ତ୍ରିଲୋଚନ ଲେଙ୍କା ସଂସ୍ଥା ପରିଚୟ ଦେଇଥିଲେ ।ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଧ୍ୟା ପକ,NCC cordinator ସମେତ ୪୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ଭଗ୍ନୀ ବିକେ ସବିତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ