ବିଜେଡ଼ିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ଶହୀଦ ଭବନ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ନିମାପଡ଼ା ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂଗଠନ ଯେଉଁଠି ଦଳ ସେଇଠି।ସଂଗଠନ ସୁଦୃଢ ରହିଲେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେବେ।ଦଳୀୟ କର୍ମୀଙ୍କ ଆଚରଣ ଓ ଉଚ୍ଚାରଣ ଠିକ୍ ରହିଲେ ସାଧାରଣ ଜନତା ଆମ ସାଙ୍ଗରେ ରହିବେ। ବିରୋଧୀଙ୍କ ଗୁଜବ ଗୁଜବରେ ରହିବ। ସଂଗଠନ ସୁଦୃଢ ଥିଲେ ଦଳୀୟ ଟିକେଟ ଗୋଟିଏ ସମସ୍ୟା ନୁହେଁ ବୋଲି ରାଜ୍ୟ ବିଜୁ ଜନତା ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ।ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ବ୍ଲକ ସଭାପତି ଅଶୋକ ସାହୁ,ନିର୍ବାଚନ ମଣ୍ଡଳୀ ସଂଗଠନ ସମ୍ପାଦକ ରବିନ୍ଦ୍ର ନାୟକ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନୁ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ ବୈଠକକୁ ପରିଚାଳନା କରିଥିଲେ।ବୈଠକରେ ସମସ୍ତ ଦଳୀୟ କର୍ମକର୍ତ୍ତା ଓ ହଜାର ହଜାର କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ