ପାଞ୍ଚପିଢ଼ ପ୍ରିମିୟମ ଲିଗ ନାଇଟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ,ରେନୱ ୱାରିଅର ଚାମ୍ପିୟନ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ନଦାଗାଡ଼ିଆ ଷ୍ଟାଡିଅମ ଠାରେ ନ୍ୟୁ ଦିଶା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ପ୍ରଥମ ପାଞ୍ଚପିଢ଼ ପ୍ରିମିୟମ ଲିଗ ନାଇଟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ତିନିଦିନବ୍ୟାପି ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୋଟ ୧୬ ଟି ଟିମ ଅଂଶଗ୍ରହଣ କରିଥିଲେ ଟୁର୍ନାମେଣ୍ଟ ର ମୁଖ୍ୟଆକର୍ଷଣ ଥିଲା ଝାଡ଼ଖଣ୍ଡ ରାଜ୍ୟର ଚିୟର ଗାର୍ଲସ ଓ ଡ୍ୟାନସିଂ ଅମ୍ପାୟାର ପିଣ୍ଟୁ ନାଥ, ଆକ୍ସନ ଅମ୍ପାୟାର ମିଷ୍ଟର ରଣା ଟୁର୍ନାମେଣ୍ଟ ର କମେଣ୍ଟ୍ରି ଓସିଏ ମାନ୍ୟତାପ୍ରାପ୍ତ ବୁବୁ ସିନ୍ହା କରିଥିଲେ ନ୍ୟୁ ଦିଶା ଫାଉଣ୍ଡେସନ ର ସଭାପତି ବିକି ମହାନ୍ତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ବିଜେଡି ଜିଲ୍ଲା ଯୁବ ଉପସଭାପତି ସିପୁ ନାୟକ,ସଂମ୍ମାନିତ ଅତିଥି ରୂପେ ବଡ଼ଗାଁ ସରପଞ୍ଚ ସୁରେନ୍ଦ୍ର ନାଏକ, ସମିତି ସଭ୍ୟ ତ୍ରିଲୋଚନ ନାଏକ ଯୋଗ ଦେଇ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେନୱ ୱାରିଅର ଓ ଜେଏମବି ୱାରିଅର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ବ୍ୟାଟିଂ କରି ରେନୱ ୱାରିଅର ନିର୍ଦ୍ଧାରିତ ୧0 ଓଭର ରେ ୧0୩ ରନ କରିଥିବା ବେଳେ ପ୍ରତିପକ୍ଷ ଜେଏମବି ୱାରିଅର ଦଳ ୧0 ଓଭର ରେ ୮0 ରନ କରିଥିଲା ଏହି ମ୍ୟାଚ ରେ ରେନୱ ୱାରିଅର ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା ଫାଇନାଲ ମ୍ୟାଚ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ନାରାୟଣ ମାରାଣ୍ଡି, ସଂମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ଛତିଶ ମହାନ୍ତ, ବିଜେଡି ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, ସରପଞ୍ଚ ସୁରେନ୍ଦ୍ର ନାଏକ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହିତ ନଗଦ ୩୧0୩୧ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହିତ ୨୧0୨୧ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ୩ ଦିନ ବ୍ୟାପି ଖେଳ ଦେଖିବାକୁ ହଜାର ହଜାର ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା ଗ୍ରାମାଞ୍ଚଳ ରେ ଏଭଳି ଚିତ୍ରାକର୍ଷକ ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ନ୍ୟୁ ଦିଶା ଫାଉଣ୍ଡେସନ ର ସଭାପତି ବିକି ମହାନ୍ତ ଓ ଅନ୍ୟ ସମସ୍ତ ସଭ୍ୟ ଙ୍କୁ ଅତିଥି ଓ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ ଟୁର୍ନାମେଣ୍ଟ କୁ ପରିଚାଳନା ରେ ଦିଶା ୟୁଥଫାଉଣ୍ଡେସନ ର ସଭ୍ୟ ପପୁ, ଲିପୁ, ଅଜିତ, ଲକି, ତାପସ, ପୀତବାସ ସହଯୋଗ କରିଥିଲେ


