କଣ୍ଟେନର ସହ ବାଇକ ଧକ୍କା, ୨ ବାଇକ୍ ଆରୋହୀ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ବେତନଟୀ ୧୮ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି I ସୂଚନାନୁଯାୟୀ ଏନଏଲଶୂନ୍ୟଏକ ଏନ ୨୭୩୨ ବିଶିଷ୍ଟ ଏକ କଣ୍ଟେନର ଭୁଲ ମାର୍ଗ ଦେଇ ବାରିପଦା ଅଭିମୁଖେ ଯାଉଥିବା ସମୟରେ ଯୋଗେ ବାରିପଦା ପଟୁ ଆସୁଥିବା ଓଆର୧୧ ସି ୯୭୩୭ ବିଶିଷ୍ଟ ଏକ ପେସନ ପ୍ରୋ ବାଇକକୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧକ୍କା ଦେଇଥିଲା I ଫଳରେ ବାଇକରେ ଥିବା ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି I ଆହତ ଯୁବକଙ୍କ ମଧ୍ୟରୁ ଜଣେ ବେତନଟୀ ବ୍ଲକ ତୁଳସୀଚଉରା ଅଞ୍ଚଳର ହରେକୃଷ୍ଣ ମହାନ୍ତ ଏବଂ ଅନ୍ୟ ଜଣେ ଆଗୁଆଡ଼ ଗ୍ରାମ ର ବୋଲି ଜଣାପଡିଛି I ଆଗୁଆଡ଼ ଗ୍ରାମର ଯୁବକଙ୍କ ସମ୍ପୂର୍ଣ ପରିଚୟ ମିଳିପାରିନଥିବା ସ୍ଥଳେ ଉଭୟଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି I ସୂଚନା ପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ପିଛା କରି କଣ୍ଟେନରକୁ ଅଟକାଇଥିଲେ କିନ୍ତୁ କଣ୍ଟେନର ଚାଳକ ଗାଡି ଛାଡି ଫେରାର ହୋଇଯାଇଥିବା ବେତନଟୀ ଥାନା ଅଧିକାରୀଣୀ ସସ୍ମିତା ମହାନ୍ତ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ